ଆପଣ ଦଶମ ପାସ୍‌ କରିଛନ୍ତି କି? ମିଳିବ ସରକାରୀ ଚାକିରୀ, ୧୦ ହଜାରରୁ ଊର୍ଧ୍ୱ ଦରମା

ଆପଣ ଦଶମ ପାସ୍‌ କରିଛନ୍ତି କି? ମିଳିବ ସରକାରୀ ଚାକିରୀ, ୧୦ ହଜାରରୁ ଊର୍ଧ୍ୱ ଦରମା

ଦଶମ ପାସ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣସୁଯୋଗ। ସରକାରଙ୍କ ପକ୍ଷରୁ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। ଗ୍ରୁପଡିରେ ପାଖାପାଖି ୧୮ ହଜାର ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମାସିକ ଦରମା ରହିଛି ୧୦ ହଜାର ଟଙ୍କାରୁ ଅଧିକ ରହିଛି। ତେବେ ଆସନ୍ତୁ ଜାଣିବା ଆବେଦନ କରିବାର ପୂରା ପ୍ରକ୍ରିୟା।

ହରିୟାଣାରେ ବିଭିନ୍ନ ବିଭାଗରେ ଗ୍ରୁପଡି ପାଇଁ ୧୮୨୧୬ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ହରିୟାଣା ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ଏହି ନୋଟିଫିକେସନ ଜାରି କରାଯାଇଛି। ଯାହାକୁ ଆପଣ ବିଜ୍ଞାପନ ସଂଖ୍ୟା-୪/୨୦୧୮ ଆଧାରରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ୨୮ ଅଗଷ୍ଟରୁ ଆରମ୍ଭ ହେବ। ଏଥିପାଇଁ ଇଚ୍ଛୁକ ଯୁବକ ଯୁବତୀମାନେ ୧୯ ସେପ୍ଟେଟର ସୁଦ୍ଧା ଅନଲାଇନ ଆବେଦନ କରିପାରିବେ। ଯେବେକି ଏଥିପାଇଁ ୨୧ ସେପ୍ଟେଟର ସୁଦ୍ଧା ଫିସ ଜମାକରିବା ପ୍ରକ୍ରିୟା ଚାଲିବ।ପଦବୀ ସଂପର୍କିତ ତଥ୍ୟ:

୧୮୨୧୬ ପଦବୀ ଭିତରୁ ୮୩୧୨ ଟି ପଦବୀ ସାମାଧାରଣ, ୪୨୪୫ଟି ଅନୁସୂଚିତ ଜାତି, ୩୩୪୫ଟି ବିସିଏ, ୨୩୧୬ ପଦବୀ ବିସିବି ପାଇଁ ଆରକ୍ଷିତ।

ଯୋଗ୍ୟତା:

ଆଶାୟୀପ୍ରାର୍ଥୀ କୌଣସି ବି ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରୁ ଦଶମ ପାସ କରିଥିବା ନିହାତି ଜରୁରୀ।

ବୟସସୀମା:

ଆବେଦକଙ୍କର ବୟସ ୧୮ରୁ ୪୨ ବର୍ଷ ମଧ୍ୟରେ ହୋଇଥିବା ଦରକାର। ଏହାଛଡା ବୟସସୀମାରେ ଆଶ୍ୱସ୍ତି ହରିୟାଣା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ହେବ।

publive-image

ଆବେଦନ ଶୁଳ୍କ

ବର୍ଗ-୧ରେ ଉଭୟ ମହିଳା ଏବଂ ପୁରୁଷଙ୍କ ପାଇଁ ୧୦୦ଟଙ୍କା। ସ୍ଥାନୀୟ ମହିଳାଙ୍କ ପାଇଁ ୫୦ ଟଙ୍କା। ଏସସି ଏବଂ ବିସି ଆଶାୟୀପ୍ରାର୍ଥୀଙ୍କ ପାଇଁ ତଥା ପୁରୁଷଙ୍କ ପାଇଁ ୫୦ ଟଙ୍କା ଏବଂ ମହିଳାଙ୍କ ପାଇଁ ୨୫ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି।

ଚୟନ ପ୍ରକ୍ରିୟା:

୯୦ ମାର୍କର ଲିଖିତ ପରୀକ୍ଷା ହେବ। ସମସ୍ତ ଦସ୍ତାବିଜକୁ ଅନଲାଇନ ଭେରିଫିକେସନ କରାଯିବ। ମେରିଟ ଆଧାରରେ ପାସ୍‌ ଆଶାୟୀପ୍ରାର୍ଥୀଙ୍କୁ ଚୟନ କରାଯିବ।

ଅଧିକ ସୂଚନା ପାଇଁ ଆପଣ ୦୧୭୨-୫୧୪୩୭୦୦ରେ କଲ କରି ଜାଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe