୨୦୩୦ ସୁଦ୍ଧା ଦରକାର ୧୧.୫ କୋଟି ଚାକିରି

୨୦୩୦ ସୁଦ୍ଧା ଦରକାର ୧୧.୫ କୋଟି ଚାକିରି

Zee News

ନୂଆଦିଲ୍ଲୀ: ଅଧିକ ସଂଖ୍ୟାରେ ଯୁବପିଢ଼ି ଶ୍ରମ ବଜାରରେ ପ୍ରବେଶ କରୁଥିବାରୁ ସେମାନଙ୍କୁ ଚାକିରି ଯୋଗାଇବା ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଏକ ସର୍ଭେରୁ ଜଣାପଡ଼ିଛି ଯେ ୨୦୩୦ ସୁଦ୍ଧା ଭାରତରେ ୧୧.୫ କୋଟି ଚାକିରି ଦରକାର। ଅର୍ଥନୀତିକୁ ଆଗକୁ ବଢ଼ାଇ ଆବଶ୍ୟକ ଚାକିରି ସୃଷ୍ଟି କରିବା ଲାଗି ସେବା ଓ ମାନୁଫାକ୍‌ଚରିଂ କ୍ଷେତ୍ରକୁ ତ୍ବରାନ୍ବିତ କରିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ନାଟିସିଆ ଏସ୍‌ଏର ବରିଷ୍ଠ ଅର୍ଥନୀତିଜ୍ଞ ଟି ନୁୟେନ୍ କହିଛନ୍ତି ଯେ ଭାରତକୁ ପ୍ରତିବର୍ଷ ସାଢ଼େ ୧୬ ଲକ୍ଷ ନୂଆ ଚାକିରି ସୃଷ୍ଟି କରିବାକୁ ପଡ଼ିବ। ସେଥିରୁ ୧୦ ଲକ୍ଷରୁ ଅଧିକ ଚାକିରି ସଂଗଠିତ କ୍ଷେତ୍ରରେ ସୃଷ୍ଟି ହେବା ଦରକାର। ପୂର୍ବ ଦଶଦ୍ଧିରେ ଭାରତ ବାର୍ଷିକ ୧୨ ଲକ୍ଷ ୪୦ ହଜାର ନିଯୁକ୍ତି ସୃଷ୍ଟି କରିଥିଲା।

ବିପୁଳ ପରିମାଣର ନିଯୁକ୍ତି ସୃଷ୍ଟି କରିବା ଲାଗି ଭାରତୀୟ ଅର୍ଥନୀତିର ପ୍ରତିଟି କ୍ଷେତ୍ରକୁ ଯୋଗଦାନ ଦେବାକୁ ପଡ଼ିବ। ବିଶେଷ କରି ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମାନୁଫାକ୍‌ଚରିଂ ଓ ସେବା କ୍ଷେତ୍ରକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।ଗତ ଦଶନ୍ଧିରେ ଯଦିଓ ବର୍ଷକୁ ୧୨ ଲକ୍ଷ ପାଖାପାଖି ନିଯୁକ୍ତି ସୃଷ୍ଟି ହୋଇଛି, କିନ୍ତୁ ସେଥିରୁ ମାତ୍ର ୧୦ ପ୍ରତିଶତ ନିଯୁକ୍ତି ସଂଗଠିତ କ୍ଷେତ୍ରରେ ରହିଥିଲା। ଦେଶର ଶ୍ରମଶକ୍ତି ଅଂଶଗ୍ରହଣ ହାର ୫୮ ପ୍ରତିଶତ ରହିଛି ଯାହା ଏସିଆର ଅନ୍ୟ ଦେଶଗୁଡ଼ିକ ତୁଳନାରେ କମ୍। ଭାରତୀୟ ଅର୍ଥନୀତି ୭ ପ୍ରତିଶତ ହାରରେ ଆଗକୁ ବଢ଼ୁଥିଲେ ମଧ୍ୟ ୧୪୦ କୋଟିରୁ ଅଧିକ ଜନସଂଖ୍ୟା ଲାଗି ଆବଶ୍ୟକ ନିଯୁକ୍ତି ସୁଯୋଗ ସୃ‌ଷ୍ଟି କରିବା ପାଇଁ ତାହା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe