୩ ସପ୍ତାହରେ ୧୧ ବିଲିଅନ ଡଲାର କମିଲା ବିଦେଶୀ ମୁଦ୍ରା ଭଣ୍ଡାର

Advertisment
ବିଦେଶୀ ମୁଦ୍ରା ଭଣ୍ଡାରରେ ୮ ବିଲିଅନ ଡଲାର ହ୍ରାସ

Image Courtesy of India Today

ମୁମ୍ବାଇ: କ୍ରମାଗତ ୩ ସପ୍ତାହ ଧରି ଭାରତର ବିଦେଶୀ ମୁଦ୍ରା ଭଣ୍ଡାର କମୁଛି। ଆଲୋଚ୍ୟ ୩ଟି ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୧୦.୭୮୫ ବିଲିଅନ ଡଲାର ହ୍ରାସ ଘଟି ୫୯୦.୫୫୮ ବିଲିଅନ ଡଲାର ରହିଛି ବୋଲି ରିଜର୍ଭ ବ୍ୟାଙ୍କର ସଦ୍ୟ ତଥ୍ୟରୁ ଜଣାଯାଇଛି। ଜୁନ ୧୭ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୫.୮୭ ବିଲିଅନ ଡଲାର ହ୍ରାସ ପାଇଛି। ବିଦେଶୀ ନିବେଶକମାନେ ଭାରତୀୟ ଇକ୍ବିଟି ବଜାରରୁ ପୁଞ୍ଜି ଉଠାଇ ନେବା ସହିତ ଅନ୍ୟାନ୍ୟ କାରଣ ଯୋଗୁ ବିଦେଶୀ ମୁଦ୍ରା ଭଣ୍ଡାର ତଳମୁହାଁ ହୋଇଛି। ତେବେ ଆଗାମୀ ଦିନରେ ମଧ୍ୟ ବିଦେଶୀ ମୁଦ୍ରା ଭଣ୍ଡାର ଆହୁରି ତଳକୁ ଖସିବା ଆଶଙ୍କା ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିଦେଶୀ ମୁଦ୍ରା ଭଣ୍ଡାର ୫୬୫ ବିଲିଅନ ଡଲାର ସ୍ତରକୁ ଖସି ଆସିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe