ବ୍ୟାଙ୍କ ବିରୋଧରେ ପ୍ରତି ଘଣ୍ଟାରେ ୧୧ ଅଭିଯୋଗ

ବ୍ୟାଙ୍କ ମୁଖ୍ୟଙ୍କୁ ସରକାର ଦେଲେ ସ୍ବତନ୍ତ୍ର କ୍ଷମତା

ବେଙ୍ଗାଲୁରୁ: ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ ସନ୍ତୋଷଜନକ ସେବା ଯୋଗାଇ ପାରୁନାହାନ୍ତି। ପ୍ରତି ଘଣ୍ଟାରେ ୧୧ ଜଣ ଗ୍ରାହକ ନିଜ ବ୍ୟାଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି। ଆହୁରି ଅନେକ ଗ୍ରାହକ ସେବାକୁ ନେଇ ଅସନ୍ତୁଷ୍ଟ ଥିଲେ ମଧ୍ୟ ଅଭିଯୋଗ କରୁନଥିବା ଜଣାପଡ଼ିଛି। ବ୍ୟାଙ୍କ ଲୋକପାଳଙ୍କ ପାଖରେ ୨୦୧୩-୧୪ରୁ ୨୦୧୬-୧୭ ମଧ୍ୟରେ ୪ ଲକ୍ଷରୁ ଅଧିକ ଅଭିଯୋଗ ପହଞ୍ଚିଛି। ଏଥି ମଧ୍ୟରୁ ୨ ଲକ୍ଷ ୮୦ ହଜାର ଅଭିଯୋଗ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବିରୋଧରେ ଆସିଛି। ବଳକା ୧ ଲକ୍ଷ ୨୦ ହଜାର ପାଖାପାଖି ଅଭିଯୋଗ ଘରୋଇ ବ୍ୟାଙ୍କ ବିରୋଧରେ ହୋଇଛି। ପ୍ରତିବର୍ଷ ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୩-୧୪ରେ ୭୬, ୫୭୩ଟି ଅଭିଯୋଗ ବ୍ୟାଙ୍କ ଲୋକପାଳଙ୍କ ପାଖରେ ପହଞ୍ଚିଥିଲା। ୨୦୧୪-୧୫ରେ ଅଭିଯୋଗ ସଂଖ୍ୟା ୮୫,୧୩୧କୁ ଓ ୨୦୧୫-୧୬ରେ ୧, ୦୭, ୦୮୬କୁ ବୃଦ୍ଧି ପାଇଥିଲା। ୨୦୧୬-୧୭ରେ ୧ ଲକ୍ଷ ୩୬ ହଜାରରୁ ଅଧିକ ଅଭିଯୋଗ ବ୍ୟାଙ୍କ ବିରୋଧରେ ପହଞ୍ଚିଥିଲା। ବ୍ୟାଙ୍କଗୁଡ଼ିକ ନିଜ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବାକୁ ନେଇ ସର୍ବାଧିକ ୩୫-୩୮% ଅଭିଯୋଗ କରାଯାଇଛି। ଏଟିଏମ୍‌, ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ସମ୍ପର୍କିତ ୨୦% ଅଭିଯୋଗ କରାଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବିରୋଧରେ ପେନ୍‌ସନ୍‌କୁ ନେଇ ୮% ଅଭିଯୋଗ ରହିଛି।

• ସରକାରୀ ବ୍ୟାଙ୍କ ବିରୋଧରେ ଅଧିକ
• ଏଟିଏମ୍‌, କାର୍ଡକୁ ନେଇ ୨୦% ଅଭିଯୋଗ

ବ୍ୟାଙ୍କଗୁଡ଼ିକ ବିରୋଧରେ ଗ୍ରାହକଙ୍କ ଅଭିଯୋଗ ସଂଖ୍ୟା ବଢ଼ିଥିଲେ ମଧ୍ୟ ସେମାନଙ୍କୁ ବିଶେଷ ଲାଭ ହେଉନାହିଁ। କାରଣ ବ୍ୟାଙ୍କ ଲୋକପାଳରେ ବ୍ୟାଙ୍କିଙ୍ଗ୍‌ ଶିଳ୍ପର ଅଧିକାରୀମାନେ ମାମଲାଗୁଡ଼ିକର ପରିଚାଳନା କରୁଥିବାରୁ ସେମାନେ ଗ୍ରାହକଙ୍କ ବିଷୟରେ କମ୍‌ ଓ ବ୍ୟାଙ୍କ କଥା ଅଧିକ ଚିନ୍ତା କରୁଛନ୍ତି। ସେଥିପାଇଁ ଅନେକ ଗ୍ରାହକ ଅଭିଯୋଗ କରି ମଧ୍ୟ ନିରାଶ ହେଉଛନ୍ତି। ବ୍ୟାଙ୍କ ଶିଳ୍ପର ଜଣେ ବିଶେଷଜ୍ଞ କହିଛନ୍ତି ଯେ, ବ୍ୟାଙ୍କ ବିରୋଧରେ ଅଭିଯୋଗ କରିବାକୁ ନେଇ ଗ୍ରାହକମାନେ ସଚେତନ ନୁହନ୍ତି। ଯଦି ପ୍ରତି ମଣ୍ଡଳରେ ବ୍ୟାଙ୍କ ଲୋକପାଳଙ୍କ ପାଖରେ ୧୦ଟି ଅଭିଯୋଗ ପହଞ୍ଚୁଛି ତେବେ ଏହା ବିଚାର କରିବାକୁ ହେବ ଯେ ପାଖାପାଖି ଆଉ ୩୦ ଜଣ ଗ୍ରାହକ ଅସନ୍ତୁଷ୍ଟ ଥିଲେ ମଧ୍ୟ ବ୍ୟାଙ୍କ ଲୋକପାଳଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe