ଗୁଣାତ୍ମକ ପରୀକ୍ଷାରେ ୧୨% ମସଲା ନମୁନା ଫେଲ୍‌

Advertisment
ନ୍ୟୁଜିଲାଣ୍ଡରେ ଭାରତୀୟ ମସଲାର ଯାଞ୍ଚ: ଆମେରିକା, ‌ଅଷ୍ଟ୍ରେଲିଆରେ ବି ଯାଞ୍ଚ ହେବ

Shutterstock

ନୂଆଦିଲ୍ଲୀ: ଭାରତରେ ତିଆରି ହେଉଥିବା ମସଲାର ଗୁଣାତ୍ମକ ମାନ ବିଶ୍ବବ୍ୟାପୀ ଏକ ପ୍ରସଙ୍ଗ ହୋଇଥିବା ବେଳେ ଯେଉଁ ନମୁନାଗୁଡ଼ିକୁ ସଂଗ୍ରହ କରି ପରୀକ୍ଷଣ କରାଯାଇଥିଲା, ସେଥିରୁ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ୧୨ ପ୍ରତିଶତ ନମୁନା ଗୁଣାତ୍ମକ ମାନ ପରୀକ୍ଷାରେ ବିଫଳ ହୋଇଛନ୍ତି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍‌ଏସ୍‌ଏଆଇ) ଏହି ପରୀକ୍ଷଣ କରିଥିଲେ।

ହଂକଂରେ ଦୁଇ ଭାରତୀୟ ବ୍ରାଣ୍ଡ ଏମ୍‌ଡିଏଚ୍‌ ଓ ଏଭରେଷ୍ଟର ଗୁଣାତ୍ମକ ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ପରେ ଆମେରିକା, ବ୍ରିଟେନ୍‌ଠାରୁ ଆରମ୍ଭ କରି ନ୍ୟୁଜିଲ୍ୟାଣ୍ଡ ପର୍ଯ୍ୟନ୍ତ ଭାରତୀୟ ମସଲାକୁ ନେଇ ସ୍ବର ଉଠିଥିଲା। ଏହାପରେ ଏଫ୍ଏସ୍‌ଏସ୍‌ଏଆଇ ବିଭିନ୍ନ ସଂସ୍ଥାର ନମୁନାକୁ ପରୀକ୍ଷା ପାଇଁ ସଂଗ୍ରହ କରିଥିଲେ। ଏମ୍‌ଡିଏଚ୍‌ ଓ ଏଭରେଷ୍ଟ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ମସଲା ବ୍ୟବହାର ପାଇଁ ସୁରକ୍ଷିତ। ସେମାନେ ୟୁରୋପ, ଏସିଆ ଓ ଉତ୍ତର ଆମେରିକାକୁ ରପ୍ତାନି କରୁଥିବା କହିଛନ୍ତି।

ଗତ ମେ’ରୁ ଜୁଲାଇ ମାସର ପ୍ରାରମ୍ଭିକ କିଛି ଦିନ ମଧ୍ୟରେ ଏଫ୍‌ଏସ୍‌ଏସ୍‌ଏଆଇ ୪୦୫୪ ମସଲା ନମୁନା ସଂଗ୍ରହ କରିଥିଲା। ସେଥିରୁ ୪୭୪ଟି ନମୁନା ଗୁଣାତ୍ମକ ମାନ ଓ ସୁରକ୍ଷା ପରୀକ୍ଷାରେ ବିଫଳ ହୋଇଥିଲା। କେଉଁ କମ୍ପାନିର ମସଲା ପରୀକ୍ଷାରେ ବିଫଳ ହୋଇଛି ତାହା ଜଣାପଡ଼ିନାହିଁ। କିନ୍ତୁ ଏଫ୍‌ଏସ୍‌ଏସ୍‌ଏଆଇ ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ବିଚାର କରୁଛି। ସେମାନଙ୍କ ଉପରେ ଜରିମାନା ଲାଗୁ କରାଯିବ। ଜିଅନ୍ ମାର୍କେଟ୍ ରିସର୍ଚ୍ଚ ରିପୋର୍ଟ ଅନୁସାରେ ଭାରତୀୟ ମସଲା ବଜାରର ଆକାର ହେଉଛି ୮୭,୫୬୬ କୋଟି ଟଙ୍କା। ଭାରତୀୟ କମ୍ପାନିଗୁଡ଼ିକ ରେକର୍ଡ ୩୭,୪୦୮ କୋଟି ଟଙ୍କାର ମସଲା ବିଭିନ୍ନ ଦେଶକୁ ରପ୍ତାନି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe