କୃଷକଙ୍କ ପାଇଁ ୭୩ କୋଟିର ୧୨ ପ୍ରକଳ୍ପ ମଞ୍ଜୁର

ଲୋକାୟୁକ୍ତଙ୍କ ଶୁଣାଣି ପରେ ଚକଡ଼ା ପୋକ କ୍ଷତିଗ୍ରସ୍ତ କୃଷକଙ୍କୁ ମିଳିଲା ଆର୍ଥିକ ସହାୟତା

Representational image

ଭୁବନେଶ୍ବର: କୃଷି କ୍ଷେତ୍ରର ବିକାଶ ଓ କୃଷକଙ୍କ ଆୟ ଦୁଇଗୁଣା କରିବା ପାଇଁ ରାଜ୍ୟ ସରକାର ଆଜି କେତେକ ପଦ‌ଦେକ୍ଷପ ନେଇଛନ୍ତି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆର୍‌କେଭିୱାଇ) ଅଧୀନରେ ୧୨ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ମଞ୍ଜୁରି ଲାଭ କରିଥିବା ଏହି ୧୨ଟି ନୂଆ ପ୍ରକଳ୍ପର ନିବେଶ ପରିମାଣ ୭୨ କୋଟି ୯୫ ଲକ୍ଷ ଟଙ୍କା ରହିଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମଞ୍ଜୁରି ‌କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମଞ୍ଜୁରି ଲାଭ କରିଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଫସଲର କୀଟପତଙ୍ଗ ନିୟନ୍ତ୍ରଣ ପାଇଁ ଫେରୋମେନ୍‌ ଟ୍ରାପ୍‌କୁ ପ୍ରୋତ୍ସାହନ ଦେବା, ଇ-ପେଷ୍ଟର ନୀରିକ୍ଷଣ ଓ ପରିଚାଳନା, ଆଦିବାସୀ ଅଞ୍ଚଳରେ ମୃତ୍ତିକା ବିହୀନ ନର୍ସରୀକୁ ପ୍ରୋତ୍ସାହନ, କିଚେନ ଗାର୍ଡେନ କିଟ୍‌ ଯୋଗାଣ, ଛତୁ ଚାଷ ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ସହାୟତା, ଫୁଲ ଚାଷ ପାଇଁ ଚାର ସାମଗ୍ରୀ ସହାୟତା, ପୁରୁଣା ଡାଏରି ପ୍ଲାଣ୍ଟର ନବୀକରଣ ଓ ଆଧୁନିକୀକରଣ, ବିଭିନ୍ନ ଜିଲ୍ଲାରେ ୯ଟି ବିହନ ମହଜୁଦ ଗୋଦାମ ନିର୍ମାଣ, ବାଡ଼ିରେ ରୋପଣ ପାଇଁ କଲମୀ ଆମ୍ବ ଚାରା ପ୍ରଦାନ ଏବଂ ବିଭିନ୍ନ ପ୍ରକାର ଫଳ ଚାରା ପ୍ରଦାନ ଆଦି ରହିଛି।

ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ପ୍ରକଳ୍ପ ଗୁଡ଼ିକ ସଂପର୍କରେ ଆଲୋକପାତ କରିଥିଲେ। ଏହିସବୁ ପ୍ରକଳ୍ପଗୁଡ଼ିକୁ କେନ୍ଦ୍ର ୬୦ ଭାଗ ଏବଂ ରାଜ୍ୟ ୪୦ ଭାଗ ପାଣ୍ଠି ଯୋଗାଇଦେବ। ଏଥିସହିତ କମିଟି ପକ୍ଷରୁ ବିଭିନ୍ନ ଉପ-ଯୋଜନାରେ ୯୧ କୋଟି ୩୬ ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ଯୋଜନାକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସେଗୁଡ଼ିକ ମଧ୍ୟରେ ପୂର୍ବ ଭାରତରେ ସବୁଜ ବିପ୍ଳବ ଆଣିବା ଲାଗି ୮୮ କୋଟି ୮୪ ଲକ୍ଷ ଟଙ୍କା, ଖରାପ ମୃତ୍ତିକାକୁ ଠିକ୍‌ କରିବା ପାଇଁ ୨.୫ କୋଟି ଟଙ୍କା ଏବଂ ଫସଲ ବିବିଧକରଣ କାର୍ଯ୍ୟକ୍ରମ ପାଇଁ ୧.୯୬୦ ଲକ୍ଷ ଟଙ୍କା ମଞ୍ଜୁରି କରାଯାଇଛି। ପ୍ରତ୍ୟେକ ପ୍ରକଳ୍ପର ସମୟସୀମା ନିର୍ଦ୍ଧାରଣ ସହିତ ପ୍ରକଳ୍ପଗୁଡ଼ିକୁ ବିଶେଷଭାବେ ଅନୁଧ୍ୟାନ କରିବା ପାଇଁ ବୈଠକରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ସାମଗ୍ରୀ ଯୋଗାଣ ଏବଂ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ‌ସମ୍ପୂର୍ଣ୍ଣ କରିବା ଉପରେ ମୁଖ୍ୟ ସଚିବ ଗୁରୁତ୍ବାରୋପ କରିଛନ୍ତି। ‌ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଉପରେ କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ମୁଖ୍ୟ ସଚିବ ୨୬ଟି ପ୍ରମୁଖ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଲାଗି ଅଧିକ ସମୟ ପ୍ରଦାନ କରିଛନ୍ତି। ଆଜିର ବୈଠକରେ ନବ ନିଯୁକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିସନର ରାଜ କୁମାର ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, କୃଷି ନିର୍ଦ୍ଦେଶକ ମୁଥୁ କୁମାର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe