ବିଶ୍ବର ଶ୍ରେଷ୍ଠ ୨% ଗବେଷକ ତାଲିକାରେ ଆଇଏମ୍‌ଏମ୍‌ଟିର ୧୨ ବୈଜ୍ଞାନିକ

Advertisment
ବିଶ୍ବର ଶ୍ରେଷ୍ଠ ୨% ଗବେଷକ ତାଲିକାରେ ଆଇଏମ୍‌ଏମ୍‌ଟିର ୧୨ ବୈଜ୍ଞାନିକ

photo- morungexpress.com

ଭୁବନେଶ୍ବର: ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ଗବେଷକ ତାଲିକାରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି, ଭୁବନେଶ୍ବରର ୧୨ ଜଣ ବୈଜ୍ଞାନିକ ସ୍ଥାନ ପାଇଛନ୍ତି। ଓଡ଼ିଶାର ଗବେଷଣା ଓ ଶିକ୍ଷା କ୍ଷେତ୍ରର ଅନୁଷ୍ଠାନ ଭାବେ ଆଇଏମ୍‌ଏମ୍‌ଟି ଭୁବନେଶ୍ବରର ସର୍ବାଧିକ ସଂଖ୍ୟକ ବୈଜ୍ଞାନିକଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି। ଶକ୍ତିରେ ଆଇଏମ୍ଏମ୍‌ଟିର ନିର୍ଦେଶକ ପ୍ରଫେସର ସୁଦ୍ଧସତ୍ବ ବସୁ, ମାଇନିଂ ଆଣ୍ଡ୍ ମେଟାଲର୍ଜିରେ ଡକ୍ଟର କାଦମ୍ବିନୀ ଷଡ଼ଙ୍ଗୀ, ମେଡିସିନାଲ୍‌ ଆଣ୍ଡ୍ ବାୟୋମୋଲେକ୍ୟୁଲାରରେ କେମିଷ୍ଟ୍ରିରେ ଡକ୍ଟର ବି ପି ସିଂହଙ୍କୁ ତାଲିକାରେ ସ୍ଥାନ ମିଳିଛି। ପୂର୍ବରୁ ଅନୁଷ୍ଠାନରେ କାର୍ଯ୍ୟ କରିଥିବା ପ୍ରଫେସର ବି କେ ମିଶ୍ର, ଡକ୍ଟର ଏସ୍‌ ବି କାନୁନଗୋ, ଡକ୍ଟର ବିଶ୍ବେଶ୍ବର ଦାସ, ଡକ୍ଟର ଏସ୍‌ ସି ଦାସସ, ଡକ୍ଟର ଏଲ୍‌ ବି ଶୁକ୍ଳା, ଡକ୍ଟର ଆର୍‌ ପି ଦାସ, ଡକ୍ଟର ଆର୍‌ କେ ପରମଗୁରୁ ଓ ପ୍ରଫେସ ଏଚ୍‌ ଏସ୍‌ ରାୟ ମଧ୍ୟ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ୧୪୯୪ ଜଣ ଭାରତୀୟ ବୈଜ୍ଞାନିକ ଓ ରାଜ୍ୟର ୨୩ ଜଣ ବୈଜ୍ଞାନିକଙ୍କୁ ସ୍ଥାନ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe