ଭୁବନେଶ୍ବର: ସମାଜ କଲ୍ୟାଣମୂଳକ କାର୍ଯ୍ୟରେ ଜଡ଼ିତ ରାଉଣ୍ଡ୍ ଟେବୁଲ୍ ଇଣ୍ଡିଆ (ଆର୍ଟିଆଇ) ପକ୍ଷରୁ ଦେଶବ୍ୟାପୀ ଆର୍ଟିଆଇ ସପ୍ତାହ ପାଳିତ ହୋଇଯାଇଛି। ରାଉଣ୍ଡ୍ ଟେବୁଲ୍ର ସଦସ୍ୟ ତଥା ଟାବ୍ଲର ଏବଂ ସେମାନଙ୍କ ପତ୍ନୀ ତଥା ସର୍କଲରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହାର ଅଂଶବିଶେଷ ଭାବେ ଗତ ସୋମବାର ଭୁବନେଶ୍ବର ରାଉଣ୍ଡ ଟେବୁଲ୍ ୫୩ ଏବଂ ବିଏଲ୍ସି ୧୨ର ଟାବ୍ଲରମାନେ ୧୨୦ ଜଣ ମୂକ ବଧିର ସ୍କୁଲ ପିଲାଙ୍କୁ ଭୁବନେଶ୍ବର ଡମଣାସ୍ଥିତ ମ୍ୟାକ୍ସ ଫ୍ୟାସନ ଷ୍ଟୋରରେ ସପିଂ କରାଇଛନ୍ତି।
ମ୍ୟାକ୍ସରେ ସପିଂ କଲେ ୧୨୦ ମୂକ ବଧିର ପିଲା
Advertisment
Follow Us