ଟେଲିକମ୍ ପାଇଁ ୧୨ ହଜାର କୋଟିର ସ୍କିମ୍, ଦେଶରେ ତିଆରି ହେବ ଗିୟର, ୫ଜି ଉପକରଣ

Advertisment

ଆମଦାନି ନିର୍ଭରଶୀଳତା କମିବ

ଆମଦାନି ନିର୍ଭରଶୀଳତା କମିବ

କୋଭିଡ୍ ସଂକ୍ରମଣ ବ୍ୟାପିବା ସହ ୫ଜିର ସମ୍ପର୍କ ନାହିଁ

Network World.com

ନୂଆଦିଲ୍ଲୀ: ଦେଶର ଆବଶ୍ୟକତା ପୂରଣ ହୋଇପାରୁଥିବା ପରିମାଣର ଟେଲିକମ୍‌ ଉପକରଣ ଦେଶ ଭିତରେ ନିର୍ମାଣ କରିବା ଲାଗି ଆଜି ୧୨ ହଜାର କୋଟି ଟଙ୍କା ମୂଲ୍ୟର ଏକ ପାଞ୍ଚ ବର୍ଷିଆ ସ୍କିମ୍ ଆରମ୍ଭ କରାଯାଇଛି। ଏହା ଦ୍ବାରା ‌ଭାରତରେ ଟେଲିକମ୍ ଗିୟର ଉତ୍ପାଦନ ବଢ଼ିବ। ସାରା ବିଶ୍ବରେ ୫ଜି ଟେଲିକମ୍ ବିପ୍ଳବ ଆରମ୍ଭ ହେବାକୁ ଯାଉଥିବା ବେଳେ ଏକ ବଡ଼ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ନିଜକୁ ଉପସ୍ଥାପିତ କରିବା ଲାଗି ଭାରତ ସରକାର ୧୨,୧୯୫ କୋଟି ଟଙ୍କାର ଉତ୍ପାଦନ ଲିଙ୍କଡ୍ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌କୁ ଆଜି ମଞ୍ଜୁରି ପ୍ରଦାନ କରିଛନ୍ତି। ଆସନ୍ତା ଏପ୍ରିଲ୍‌ରୁ ଏହି ସ୍କିମ୍ ଆରମ୍ଭ ହେବ। ଆସନ୍ତା ପାଞ୍ଚ ବର୍ଷରେ ୨.୪ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ଏବଂ ୨ ଲକ୍ଷ କୋଟି ଟଙ୍କାର ରପ୍ତାନି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ପିଏଲ୍‌ଆଇ ସ୍କିମ୍ ଜରିଆରେ ୩୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ ଆସିବ ଓ ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ବୋଲି କୁହାଯାଉଛି।

ଆଜି କ୍ୟାବିନେଟ୍ କମିଟି ବୈଠକ ଶେଷ ହେବା ପରେ ଏହି ସ୍କିମ୍ ବିଷୟରେ ସୂଚନା ଦେଇ ଯୋଗାଯୋଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ବିଶ୍ବର ଏକ ପ୍ରମୁଖ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଉଭା ହେବା ଏବଂ ସହଜ ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ସରକାର ଧ୍ୟାନ ଦେଉଛନ୍ତି। ପିଏଲ୍‌ଆଇ ସ୍କିମ୍ ପ୍ରସ୍ତୁତ କରିବା ବେଳେ ଅଂଶୀଦାମାନଙ୍କ ସହ ବ୍ୟାପକ ଆଲୋଚନା କରାଯାଇଥିଲା ବୋଲି ସେ କହିଛନ୍ତି। ଭାରତ ୫୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଟେଲିକମ୍ ଉପକରଣ ଆମଦାନି କରିଛି। ଆମଦାନି ଉପରେ ରହିଥିବା ନିର୍ଭରଶୀଳତା ହ୍ରାସ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ପ୍ରସାଦ କହିଛନ୍ତି। ଏହି ସ୍କିମ୍‌ର ଲାଭ ପାଇବା ଲାଗି ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଅତିକମ୍‌ରେ ୧୦ କୋଟି ଟଙ୍କା ଓ ଅନ୍ୟମାନଙ୍କୁ ୧୦୦ କୋଟି ଟଙ୍କାର ନିବେଶ କରିବାକୁ ପଡ଼ିବ। ଯୋଗ୍ୟ ବିବେଚିତ ସଂସ୍ଥାଗୁଡ଼ିକୁ ସର୍ବନିମ୍ନ ନିବେଶ ରାଶିର ପାଞ୍ଚ ଗୁଣା ଅର୍ଥ ପ୍ରୋତ୍ସାହନ ଅକାରରେ ପ୍ରଦାନ କରାଯିବ। ଲାପ୍‌ଟପ୍ ଓ ଟାବ୍‌ଲେଟ୍ ଉତ୍ପାଦନ ବଢ଼ାଇବା ଲାଗି ଖୁବ୍‌ଶୀଘ୍ର ସରକାର ପିଏଲ୍‌ଆଇ ସ୍କିମ୍ ଆଣିବେ ବୋଲି ସେ କହିଛନ୍ତି।

ଟେଲିକମ୍ ଶିଳ୍ପରେ ବ୍ୟବହାର ହେଉଥିବା ଅଧିକାଂଶ ଉପକରଣକୁ ଏବେ ଆମଦାନି କରାଯାଉଛି। ବିଶେଷ କରି ଚୀନ୍‌ରୁ ଅନେକ ସାମଗ୍ରୀ ଆସୁଛି। ଲଦାଖ୍‌ର ଗଲ୍‌ୱାନ ଘାଟିରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଟେଲିକମ୍ ଉପକରଣ ଜରିଆରେ ଭାରତ ଉପରେ ଚୀନ୍ ନଜର ରଖୁଛି ବୋଲି ମଧ୍ୟ ଅନେକ ସମୟରେ ଆଲୋଚନା ହେଉଛି। ଚୀନ୍‌ରୁ ଆମଦାନି ହ୍ରାସ କରିବାରେ ପିଏଲ୍‌ଆଇ ସ୍କିମ୍ ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe