୧୩.୬ କୋଟି ଲୋକଙ୍କ ମୁଣ୍ଡରେ ଋଣ

Advertisment
୧୩.୬ କୋଟି ଲୋକଙ୍କ ମୁଣ୍ଡରେ ଋଣ

ଭୁବନେଶ୍ବର: ୨୦୦୪ ପରଠାରୁ ୧୩.୬ କୋଟି ଭାରତୀୟଙ୍କ ମୁଣ୍ଡ ଉପରେ ଋଣ ବୋଝ ରହିଛି। ଏମାନେ ହେଉଛନ୍ତି ଦେଶରେ ଗରିବ ଶ୍ରେଣୀରେ ଥିବା ୧୦% ଲୋକ। ଅକ୍ସଫାମ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସେହି ରିପୋର୍ଟରେ କୁହାଯାଇଛି ଯେ, ଦୁନିଆର ମାତ୍ର କିଛି ହାତଗଣତି ଧନୀ ଲୋକ ରହିଛନ୍ତି ଯେଉଁମାନଙ୍କ କବ୍‌ଜାରେ ବିପୁଳ ପରିମାଣର ସମ୍ପତ୍ତି ରହିଛି। ସେମାନେ ନିଜର ସମ୍ପତ୍ତି ବଢ଼ାଇ ଚାଲିଛନ୍ତି। ‌କିନ୍ତୁ ଗରିବ ଲୋକମାନେ ଏବେବି ଦୁଇବେଳା ଖାଇବା ଯୋଗାଡ଼ କରିବା ଏବଂ ପିଲାଙ୍କୁ ଔଷଧ ଖୁଆଇବା ପାଇଁ ସଂଘର୍ଷ କରୁଛନ୍ତି। ସେହିପରି ବିଶ୍ବରେ ଏଭଳି ୨୬ ଜଣ ଧନୀ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ବିପୁଳ ପରିମାଣର ସମ୍ପତ୍ତି ରହିଛି। ଦୁନିଆର ଗରିବ ଶ୍ରେଣୀରେ ଥିବା ୩୮୦ କୋଟି ଲୋକଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି, ଏହି ୨୬ ଜଣଙ୍କ ପାଖରେ ତା’ଠାରୁ ଅଧିକ ସମ୍ପତ୍ତି ରହିଛି।

ଧନୀ-ଗରିବ ତାରତମ୍ୟ
ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜୋସ୍‌ଙ୍କ ୧୧,୨୦୦ ବିଲିଅନ୍ ଡଲାର ସମ୍ପତ୍ତି ଇଥିଓପିଆର ମୋଟ ‌ବଜେଟ୍ ଠାରୁ ଅଧିକ
ଭାରତର ‌୧% ଧନୀଙ୍କ ପାଖରେ ଦେଶର ୫୧.୫୩% ସମ୍ପତ୍ତି
ଭାରତରେ ଜନସଂଖ୍ୟାର ୬୦% ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଖରେ ଦେଶର ମାତ୍ର ୪.୮% ସମ୍ପତ୍ତି ରହିଛି
୨୦୧୮ରୁ ୨୦୨୨ ଭିତରେ ଭାରତରେ ପ୍ରତିଦିନ ୭୦ ଜଣ ନୂଆ ମିଲିଓନେୟାର ସୃ‌ଷ୍ଟି ହେବେ
ଅର୍ଥନ‌ୈତିକ ବୈଷମ୍ୟ ଯୋଗୁ ମହିଳା ଓ ବାଳିକାମାନେ ସର୍ବାଧିକ ପ୍ରଭାବିତ
ଭାରତରେ ଅଛନ୍ତି ୧୧୯ ବିଲିଓନେୟାର ଓ ସେମାନଙ୍କ ପାଖରେ ଅଛି ୨୮ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି
ଭାରତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ବର୍ଷକୁ ସାର୍ବଜନୀନ ସ୍ବାସ୍ଥ୍ୟ, ପରିମଳ ଏବଂ ପାନୀୟ ଜଳ ଯୋଗାଣରେ ୨,୦୮,୧୬୬ କୋଟି ଟଙ୍କା ଖର୍ଚ କରୁଛନ୍ତି। ଏହା ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତି ୨.୮ ଲକ୍ଷ କୋଟି ଟଙ୍କା ଠାରୁ କମ୍
ଭାରତରେ ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଲକ୍‌ଜୁରି (ବିଳାସପୂର୍ଣ୍ଣ) ବିଷୟରେ ପରିଣତ ହୋଇଛି। କେବଳ ଧନୀମା‌ନେ ସେହି ସୁବିଧା ପାଉଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe