Advertisment

ଜୁଲାଇ ମାସରେ ୧୩ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ

Advertisment
759ede85-02eb-4e08-ae0e-c68cc164282c

ନୂଆଦିଲ୍ଳୀ: ଜୁଲାଇ ମାସ  ଆରମ୍ଭ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ୧୩ ଦିନ ପାଇଁ ବନ୍ଦ ରହିବ। 

ଆରବିଆଇର ନେଗୋସିଆବଲ୍ ଇନଷ୍ଟ୍ରୁମେଣ୍ଟ୍ସ ଆକ୍ଟ ଅନୁଯାୟୀ, ବିଭିନ୍ନ ରାଜ୍ୟରେ ସ୍ଥାନୀୟ ପର୍ବ ଏବଂ ଧାର୍ମିକ ପର୍ବକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଜୁଲାଇ ମାସରେ ୧୩ଦିନ ବ୍ୟାଙ୍କ ଛୁଟି ମଧ୍ୟରେ ୪ଟି ରବିବାର ସହିତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟତୀତ, ଆଉ ୭ ଦିନ ବ୍ୟାଙ୍କ ବନ୍ଦ ରହିବ।

ଜୁଲାଇମାସର ବ୍ୟାଙ୍କଛୁଟି ତାଲିକା 

ପ୍ରଥମତଃ, ୩ ଜୁଲାଇ (ଗୁରୁବାର) ଅଗରତଲାରେ ଖରଚି ପୂଜା ପାଇଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଜୁଲାଇ ୫ ଗୁରୁ ହରଗୋବିନ୍ଦ ସିଂହ ଜୀଙ୍କ ଜନ୍ମବାର୍ଷିକୀ, ତେଣୁ ଏହି ଦିନ ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଜୁଲାଇ ୬ ରବିବାର ଏବଂ ଜୁଲାଇ ୧୨ ଦ୍ୱିତୀୟ ଶନିବାର, ତେଣୁ ସବୁରାଜ୍ୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଜୁଲାଇ ୧୩ ରବିବାର ହେତୁ ସମସ୍ତ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଶିଲଂରେ ବେହ ଦିନଖଲାମ ଯୋଗୁଁ ଜୁଲାଇ୧୪ରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଜୁଲାଇ ୧୬ରେ ହରେଲା ପର୍ବ ଅବସରରେ ଡେରାଡୁନରେ ବ୍ୟାଙ୍କଗୁଡ଼ିକରେ କୌଣସି କାମ ହେବ ନାହିଁ।

ଜୁଲାଇ ୧୭ରେ ୟୁ ତିରୋତ ସିଂହଙ୍କ ଶ୍ରାଦ୍ଧବାର୍ଷିକରେ ଶିଲଂରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

୧୯ ଜୁଲାଇରେ କେର ପୂଜା ଅବସରରେ ଅଗରତାଲାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଜୁଲାଇ ୨୦,୨୭ ରବିବାର ଏବଂ ଜୁଲାଇ ୨୬ ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କଗୁଡ଼ିକ ସବୁଠି ବନ୍ଦ ରହିବ।

ଜୁଲାଇ ୨୮ରେ ଗ୍ୟାଙ୍ଗଟକରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଏହି ତାଲିକାରୁ ସ୍ପଷ୍ଟ ଯେ ଶିଲଂରେ ୧୨ ରୁ ୧୪ ଜୁଲାଇ ପର୍ଯ୍ୟନ୍ତ ଲଗାତାର ୩ ଦିନ ପାଇଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ୨୬ ରୁ ୨୮ ଜୁଲାଇ ପର୍ଯ୍ୟନ୍ତ ଗ୍ୟାଙ୍ଗଟକରେ ମଧ୍ୟ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଚେକ୍ କ୍ଲିୟରାନ୍ସ, ଆରଟିଜିଏସ  ପରି ସେବା ବିଳମ୍ବ ହୋଇପାରେ, କିନ୍ତୁ ଅନଲାଇନ୍ ବ୍ୟାଙ୍କିଂ ଏବଂ ଏଟିଏମ ମାଧ୍ୟମରେ ଟଙ୍କା କାରବାର କିମ୍ବା ବିଲ୍ ପେମେଣ୍ଟ ଇତ୍ୟାଦି ସମ୍ଭବ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe