ଦିନକୁ ୧୩ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ: ଦାଖଲ ହେଲାଣି ୨.୭ କୋଟି ଆଇଟିଆର୍‌

ଦିନକୁ ୧୩ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ: ଦାଖଲ ହେଲାଣି ୨.୭ କୋଟି ଆଇଟିଆର୍‌

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଦାଖଲର ସମୟ ସୀମା ଦ୍ରୁତ ଗତିରେ ପାଖେଇ ଆସୁଥିବା ବେଳେ ଟିକସଦାତାମାନେ ରେକର୍ଡ ସଂଖ୍ୟକ ରିଟର୍ଣ୍ଣ ଦାଖଲ କରୁଛନ୍ତି। ଆୟକର ବିଭାଗ ସୂଚନା ଅନୁସାରେ ଦୈନିକ ୧୩ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ ହେଉଛି। ଚଳିତ ମାସ ୧୪ ତାରିଖ ସୁଦ୍ଧା ୨.୭ କୋଟିରୁ ଅଧିକ ରିଟର୍ଣ୍ଣ ଦାଖଲ ହୋଇଛି ଯାହା ଗତବର୍ଷର ସମାନ ସମୟ ତୁଳନାରେ ୧୩ ପ୍ରତିଶତ ଅଧିକ। ପ୍ରଥମ ଥର ପାଇଁ ଚଳିତବର୍ଷଠାରୁ ଆର୍ଥିକ ବର୍ଷ ଆରମ୍ଭ ହେବାର ପ୍ରଥମ ଦିନରୁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସୁବିଧା ଟିକସଦାତାଙ୍କୁ ପ୍ରଦାନ କରାଯାଇଥିଲା। ଜୁନ୍ ୨୩ ସୁଦ୍ଧା ଆୟକର ରିଟର୍ଣ୍ଣ ଦାଖଲ ସଂଖ୍ୟା ୧ କୋଟି ଏବଂ ଜୁଲାଇ ୭ରେ ଦୁଇ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଥିଲା।

ତେବେ, ୨୦୨୩ ଜୁଲାଇ ୩୧ ସୁଦ୍ଧା ଦେଶରେ ୬.୯୧ କୋଟି ଆୟକର ରିଟର୍ଣ୍ଣ ଦାଖଲ ହୋଇଥିଲା। ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ସେହି ସଂଖ୍ୟା ୮.୬୨ କୋଟିକୁ ବୃଦ୍ଧି ପାଇଥିଲା। ନିକଟରେ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ନିଟ୍ ପ୍ରତ୍ୟକ୍ଷ ଟକସ ସଂଗ୍ରହ ଜୁଲାଇ ୧୧ ସୁଦ୍ଧା ୫.୭୪ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୩-୨୪ରେ ୪.୮୦ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହ କରାଯାଇଥିଲା। ୨୦୨୪-୨୫ ପାଇଁ ୭୦,୯୦୨ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି ଯାହା ୨୦୨୩-୨୪ରେ ଜାରି କରାଯାଇଥିବା ୪୩,୧୦୫ କୋଟି ଟଙ୍କାର ରିଫଣ୍ଡ ତୁଳନାରେ ୬୪.୪୯ ପ୍ରତିଶତ ଅଧିକ। ୨୦୨୪-୨୫ରେ ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨୩.୨୪ ପ୍ରତିଶତ ବୃଦ୍ଧି ପାଇ ୬,୪୫,୨୫୯ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ୫,୨୩,୫୬୩ କୋଟି ଟଙ୍କା ଥିଲା। ୨୦୨୪-୨୫ରେ ୨,୬୫,୩୩୬ କୋଟି ଟଙ୍କାର କମ୍ପାନି ଟିକସ ଓ ୩,୬୧,୮୬୨ କୋଟି ଟଙ୍କାର ବ୍ୟକ୍ତିଗତ ଆୟକର ସଂଗ୍ରହ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe