ବ୍ୟାଙ୍କରୁ ମିଳିବ ୧୩,୮୦୦ କୋଟି ଲାଭାଂଶ

Advertisment
ଜିଲ୍ଲା ଖଣିଜ ପାଣ୍ଠି ହଡ଼ପ ମାମଲା: ୪.୫୨ କୋଟି ଟଙ୍କା ଫେରାଇଲା ବ୍ୟାଙ୍କ

India.com

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶର ସମସ୍ତ ୧୨ଟି ସରକାରୀ ବ୍ୟାଙ୍କ ଲାଭ କରିଛନ୍ତି। ତେଣୁ ସରକାର ଏଥର ସେମାନଙ୍କଠାରୁ ଦୁଇ ଗୁଣା ଅଧିକ ଲାଭାଂଶ ପାଇବେ ବୋଲି ଆଶା କରାଯାଉଛି। ୨୦୨୧-୨୨ରେ ବ୍ୟାଙ୍କରୁ ସରକାର ୯,୨୧୦ କୋଟି ଟଙ୍କାର ଲାଭାଂଶ ପାଇଥିଲେ। ଚଳିତ ବର୍ଷ ତାହା ୧୩,୮୦୦ କୋଟି ଟଙ୍କାକୁ ବୃଦ୍ଧି ପାଇବ। ପୂର୍ବରୁ କୌଣସି ବର୍ଷ ବ୍ୟାଙ୍କଗୁଡ଼ିକଠାରୁ ସରକାର ଏବେ ଲାଭାଂଶ ପାଇନଥିଲେ। ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ୧୦,୦୮୫ କୋଟି ଟଙ୍କାର ଲାଭ ପ୍ରଦାନ କରିଥିବା ବେଳେ ସେଥିରୁ ସରକାରଙ୍କୁ ୫,୭୪୦ କୋଟି ଟଙ୍କା ମିଳିବ। ବ୍ୟାଙ୍କ ଅଫ୍‌ ବରୋଦା ୨,୮୪୮ କୋଟି ଟଙ୍କା ଓ କାନାରା ବ୍ୟାଙ୍କ ୨,୧୭୭ କୋଟି ଟଙ୍କା ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe