ଜିମେଲ୍‌ ବାହାର କଲା ୧୪ଟି ନୂଆ ଫିଚର୍‌, ଜାଣନ୍ତୁ ସେସବୁ କ’ଣ

ଜିମେଲ୍‌ ବାହାର କଲା ୧୪ଟି ନୂଆ ଫିଚର୍‌, ଜାଣନ୍ତୁ ସେସବୁ କ’ଣ

ଜିମେଲ୍‌ ହେଉଛି ବିଶ୍ୱର ସର୍ବାଧିକ ଲୋକ ବ୍ୟବହାର କରୁଥିବା ଇମେଲ୍‌ ସେବା। ଆପଣ ବ ଯଦି ଜିମେଲ୍‌ ବ୍ୟବହାର କରୁଛନ୍ତି ତେବେ ସେଟିଂକୁ ଯାଇ ‘ଟ୍ରାଏ ନିଉ ଜିମେଲ୍‌’କୁ ଚୟନ କରନ୍ତୁ। ବ୍ୟବହାରକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନୂଆ ଜିମେଲ୍‌ରେ କେତୋଟି ନୂଆ ଫିଚର୍‌ ରଖାଯାଇଛି। ସେଥିମଧ୍ୟରୁ ୮ଟି ନିମ୍ନରେ ଉଲ୍ଲେଖ କରାଯାଇଛି।

ଏହି ନୂଆ ଫିଚର୍‌ ଜରିଆରେ ବ୍ୟବହାରକାରୀ ଏଣିକି ଯେଉଁ ମେଲ୍‌ ନଚାହିଁବେ ସେ ପଠାଇଥିବା ଉକ୍ତ ମେଲ୍‌ଟିକୁ କେହି ଅନ୍ୟକୁ ଫରଓ୍ଵାର୍ଡ କରିପାରିବେ ନାହିଁ। ସେଠାରେ ଫରଓ୍ଵାର୍ଡିଂ, ଡାଉନ୍‌ଲୋଡ, କପିଂ ଏବଂ ପ୍ରିଣ୍ଟିଂ ବିକଳ୍ପକୁ ବ୍ୟବହାରକାରୀଙ୍କ ବ୍ଲକ କରିବାକୁ ହେବ।

ବ୍ୟବହାରକାରୀ ଚାହିଁଲେ ନିଜ ମେଲ୍‌ ପାଇଁ ନିର୍ଦ୍ଦିଷ୍ଟ ଏକ ତାରିଖ ସୀମା ସ୍ଥିର କରିପାରିବେ। ଆପଣଙ୍କ ମେଲ୍କୁ ଆପଣ ଯେତିକି ଦିନ ପର୍ଯ୍ୟନ୍ତ ପ୍ରାପ୍ତକାରୀଙ୍କ ନିକଟରେ ରଖିବାକୁ ଚାହୁଁଥିବେ ସେତିକି ଦିନ ହିଁ ରହିବ। ଆପଣ ସେଟିଂ କରିଥିବା ତାରିଖ ପରେ ମେଲ୍‌ଟି ଆଉ ଦୃଶ୍ୟମାନ ହେବ ନାହିଁ।

publive-image

ଏଥିରେ ୨ ଫ୍ୟାକ୍ଟର ଅଥେଣ୍ଟିକେସନ ପ୍ରୋଟେକସନ ଜରିଆରେ ବ୍ୟବହାରକାରୀ ହେଉଁ ମେଲ୍‌ ପଠାଇବେ ତାହାକୁ ପଢ଼ିବା ପାଇଁ ପ୍ରାପ୍ତକାରୀଙ୍କୁ ଏକ ପାସ୍‌କୋର୍ଡ ଦେବାକୁ ହେବ।

ଗୁରୁତ୍ୱପୂର୍ଣ୍ଣ ମେଲ୍‌ଗୁଡ଼ିକୁ ଏଣିକି ସିଡ୍ୟୁଲ କରିହେବ। ବ୍ୟବହାରକାରୀ କୌଣସି ମେଲ୍‌ ଲେଖି ନିର୍ଦ୍ଦିଷ୍ଟ ଟାଇମ୍‌ ସେଟିଂ କରି ଦେଲେ ଉପଯୁକ୍ତ ସମୟରେ ମେଲ୍‌ଟି ସେଣ୍ଡ୍‌ ହୋଇଯିବ।

ଏମିତି ଏକ ସେଟିଂ ରହିଛି ଯାହାକୁ ଆକ୍ଟିଭ୍‌ କଲେ ଆପଣ ଅଫ୍‌ଲାଇନ୍‌ ଥିବା ସମୟରେ ବି ମେଲ୍‌ ପହଞ୍ଚିବ। ଆପଣଙ୍କ ନିକଟକୁ ମେଲ୍‌ ଆସିଛି ବୋଲି ଏକ ନୋଟିଫିକେସନ୍‌ ମିଳିବ।

ଯଦି କୌଣସି ମେଲ୍‌ ଆପଣ ଭୁଲ୍‌ବଶତଃ ପଢ଼ିନାହାନ୍ତି ତେବେ ଆପଣଙ୍କୁ ନୋଟିଫିକେସନ୍‌ ଜରିଆରେ ସୂଚୀତ କରାଯିବ।

ମେଲ୍‌ ଓପନ୍‌ କରିବା ପୂର୍ବରୁ ଆଟାଚମେଣ୍ଟ୍‌ ଦୃଶ୍ୟମାନ ହେବ।

ଅଧିକ ଗୁରୁତ୍ୱପୂର୍ଣ୍ଣ ମେଲ୍‌ ପାଇଁ ସ୍ୱତନ୍ତ୍ର ନୋଟିଫିକେସନ୍‌ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe