ଦେଶ ଛାଡ଼ିବେ ଲକ୍ଷେ ୪୨ହଜାର ଧନୀ: ବିଦେଶରେ ବସବାସ କରିବେ, ବ୍ରିଟେନ୍‌କୁ ମୁହଁ ମୋଡ଼ୁଛନ୍ତି

Advertisment

ଉନ୍ନତ ସୁବିଧାସୁଯୋଗ ଓ ସୁରକ୍ଷା ଥିବା ଦେଶରେ ବସବାସ କରିବା ଲାଗି ୨୦୨୫ରେ ସାରା ବିଶ୍ବରୁ ୧,୪୨,୦୦୦ ଧନୀ ବ୍ୟକ୍ତି ନିଜ ଦେଶ ଛାଡ଼ିବେ। ହେନ୍‌ଲି ଆଣ୍ଡ୍‌ ପାର୍ଟନର୍ସ ପକ୍ଷରୁ ଏହି ଆକଳନ କରାଯାଇଛି।

ଉନ୍ନତ ସୁବିଧାସୁଯୋଗ ଓ ସୁରକ୍ଷା ଥିବା ଦେଶରେ ବସବାସ କରିବା ଲାଗି ୨୦୨୫ରେ ସାରା ବିଶ୍ବରୁ ୧,୪୨,୦୦୦ ଧନୀ ବ୍ୟକ୍ତି ନିଜ ଦେଶ ଛାଡ଼ିବେ। ହେନ୍‌ଲି ଆଣ୍ଡ୍‌ ପାର୍ଟନର୍ସ ପକ୍ଷରୁ ଏହି ଆକଳନ କରାଯାଇଛି।

ffss

Photograph: ( NDTV)

ନୂଆଦିଲ୍ଲୀ: ଉନ୍ନତ ସୁବିଧାସୁଯୋଗ ଓ ସୁରକ୍ଷା ଥିବା ଦେଶରେ ବସବାସ କରିବା ଲାଗି ୨୦୨୫ରେ ସାରା ବିଶ୍ବରୁ ୧,୪୨,୦୦୦ ଧନୀ ବ୍ୟକ୍ତି ନିଜ ଦେଶ ଛାଡ଼ିବେ। ହେନ୍‌ଲି ଆଣ୍ଡ୍‌ ପାର୍ଟନର୍ସ ପକ୍ଷରୁ ଏହି ଆକଳନ କରାଯାଇଛି। ୨୦୨୩ରେ ୧,୩୪,୦୦୦ ଧନୀ ବ୍ୟକ୍ତି ନିଜ ଦେଶ ଛାଡ଼ି ବିଦେଶ ପଳାୟନ କରି‌ଥିଲେ। ଚଳିତ ବର୍ଷ ଆହୁରି ଅଧିକ ଲୋକ ଦେଶ ଛାଡ଼ିବେ। ସେମ‌ାନେ ବସବାସ ଲାଗି ମୁଖ୍ୟତଃ ୟୁନାଇଟେଡ୍‌ ଆରବ ଏମିରେଟ୍‌ସ (ୟୁଏଇ), ଆମେରିକା ଓ ଇଟାଲିକୁ ବାଛିବେ। ଆଶ୍ଚର୍ଯ୍ୟର ବିଷୟ ହେଉଛି ବହୁ ସଂଖ୍ୟାରେ ଧନୀ ଲୋକ ବ୍ରିଟେନ୍‌ରୁ ପଳାୟନ କରିବେ। ଗତ କିଛି ବର୍ଷ ହେଲା ଦେଶ ଛାଡ଼ି ପଳାୟନ କରୁଥିବା ଧନୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୫ରେ ସାରା ବିଶ୍ବରୁ ମାତ୍ର ୫୧ ହଜାର ଲୋକ ଦେଶ ଛାଡ଼ିଥିଲେ। ୨୦୨୫ ସୁଦ୍ଧା ତାହା ୧୭୮ ପ୍ରତିଶତ ବୃଦ୍ଧି ପାଇ ୧.୪୨ ଲକ୍ଷରେ ପହଞ୍ଚିବ। ବସବାସ ଲାଗି ନିଜ ଦେଶ ଛାଡ଼ି ବିଦେଶ ମାଟିକୁ ବାଛିବା ପଛରେ ଅନେକ କାରଣ ରହିଛି। ସେଗୁଡ଼ିକ ମଧ୍ୟରେ ରହିଛି ବିଶ୍ବବ୍ୟାପୀ ଅଶାନ୍ତି, ଭୂ-ରାଜନୈତିକ ସଙ୍କଟ, ଆର୍ଥିକ ଅସ୍ଥିରତା, ଡିଜିଟାଲ୍‌ ଦୁନିଆ ଓ ପ୍ରବାସୀଙ୍କୁ ଆକୃଷ୍ଟ କରିବା କାର୍ଯ୍ୟକ୍ରମ। ବର୍ତ୍ତମାନ ଡିଜିଟାଲ୍ ଦୁନିଆରେ ବିଶ୍ବର ଯେକୌଣସି ସ୍ଥାନରେ ରହି ଯୋଗାଯୋଗ ସମ୍ଭବ ହୋଇପାରୁଛି। 

ଫଳରେ ପୂର୍ବରୁ ଯେଉଁ ପ୍ରତିବନ୍ଧକଗୁଡ଼ିକ ଥିଲା ତାହା ଦୂର ହୋଇଛି। ଧନୀ ଲୋକମାନେ ଉତ୍ତମ ଜୀବନଶୈଳୀ, ଦୃଢ଼ ଭିତ୍ତିଭୂମି, ଉଚ୍ଚତର ଶିକ୍ଷା ଓ ସ୍ବାସ୍ଥ୍ୟ ସୁବିଧା ଥିବା ଦେଶଗୁଡ଼ିକୁ ବସବାସ ଲାଗି ଚୟନ କରୁଛନ୍ତି। କୁହାଯାଉଛି ଯେ ୨୦୨୪ରେ ହୋଇଥିବା ନିର୍ବାଚନର ଫଳାଫଳ ଧନୀ ଲୋକମାନଙ୍କ ନିଷ୍ପତ୍ତିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି। ସ୍ବଚ୍ଛଳ ବର୍ଗର ଲୋକମାନେ ନିଜକୁ ସୁହାଇବା ଭଳି ସ୍ଥାନକୁ ପଳାଇବାକୁ ଚାହୁଛନ୍ତି। ମାଲ୍‌ଟା,  ମୋନାକୋ, ସିଙ୍ଗାପୁର, ସ୍ବିଜରଲ୍ୟାଣ୍ଡ ଓ ୟୁଏଇ ଭଳି ଦେଶ ଧନୀଙ୍କୁ ଆକର୍ଷିତ କରିବା ଲାଗି ଲୋଭନୀୟ ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନେ ନିବେଶ ଉପରେ ଟିକସ ଲାଭ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ଦେଉଛନ୍ତି। ଯେଉଁ ଦେଶଗୁଡ଼ିକ ରିଅଲ ଇଷ୍ଟେଟ୍‌ରେ ନିବେଶ ସୁବିଧା ଦେଉଛନ୍ତି, ଅଧିକାଂଶ ଧନୀ ସେହି ଦେଶକୁ ବସବାସ ଲାଗି ଚୟନ କରୁଛନ୍ତି। ପାରମ୍ପରିକ ଭାବେ ଧନୀ ଲୋକମାନଙ୍କ ପସନ୍ଦର ସ୍ଥାନ ଥିବା ବ୍ରିଟେନ୍ ଏହାର ଚମକ ହରାଇବାରେ ଲାଗିଛି। ୨୦୨୨ରେ ବ୍ରିଟେନ୍‌ରୁ ୧୬୦୦, ୨୦୨୩ରେ ୩୨୦୦ ଓ ୨୦୨୪ରେ ୯୫୦୦ ଧନୀ ପଳାୟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe