ଖୁଚୁରା ବ୍ୟବସାୟୀଙ୍କ ଉପରେ କରୋନା ମାଡ଼, ୧୦୦ ଦିନରେ କ୍ଷତି ୧୫.୫ ଲକ୍ଷ କୋଟି

Advertisment
ଖୁଚୁରା ବ୍ୟବସାୟୀଙ୍କ ଉପରେ କରୋନା ମାଡ଼, ୧୦୦ ଦିନରେ କ୍ଷତି ୧୫.୫ ଲକ୍ଷ କୋଟି

Consumer Reports

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଓ ଲକଡାଉନ୍ ଯୋଗୁ ଖୁଚୁରା ବ୍ୟବସାୟୀମାନେ ବହୁମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଗତ ୧୦୦ ଦିନ ମଧ୍ୟରେ ଏହି ବ୍ୟବସାୟୀମାନଙ୍କର ୧୫.୫ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଆଜି ଏହି ଦାବି କରାଯାଇଛି। ଅନଲକ୍‌୧.୦ର ୪୫ ଦିନ ପରେ ମଧ୍ୟ ଚାହିଦାରେ ସେଭଳି କୌଣସି ଉନ୍ନତି ଆସିନାହିଁ। ଦୋକାନକୁ କମ୍ ସଂଖ୍ୟାରେ ଗ୍ରାହକ ଆସୁଛନ୍ତି। କର୍ମଚାରୀଙ୍କ ଅଭାବ ମଧ୍ୟ ରହିଛି। ଏଥିସହିତ ବ୍ୟବସାୟୀମାନେ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ଚଳିତ ଶତାବ୍ଦୀରେ ଖୁଚୁରା ‌ବ୍ୟବସାୟ ବର୍ତ୍ତମାନ ସୁଦ୍ଧା ସବୁଠୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି।

ଯଦି ତୁରନ୍ତ କିଛି ପଦକ୍ଷେପ ନିଆ ନଯାଏ ତାହେଲେ ସବୁଦିନ ପାଇଁ ୨୦ ପ୍ରତିଶତ ବ୍ୟବସାୟୀ ସେମାନଙ୍କ ଦୋକାନ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ସିଏଆଇଟିର ଜାତୀୟ ସଭାପତି ବି ସି ଭାଟିଆ ଓ ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପକ୍ଷରୁ ‌ବ୍ୟବସାୟୀମାନଙ୍କୁ ସହଯୋଗ କରିବା ଭଳି କୌଣସି ନୀତି ‌ପ୍ରସ୍ତୁତ ହୋଇନାହିଁ ବୋଲି ସେମାନେ ଦାବି କରିଛନ୍ତି। ଏପ୍ରିଲ ମାସରେ ୫ ଲକ୍ଷ କୋଟି, ମେ ମାସରେ ୪.୫ ଲକ୍ଷ କୋଟି, ଜୁନ ମାସରେ ୪ ଲକ୍ଷ କୋଟି ଏବଂ ଜୁଲାଇର ପ୍ରଥମ ୧୫ ଦିନରେ ‌ଅଢ଼େଇ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ଭାଟିଆ ଓ ଖଣ୍ଡେଲୱାଲ ଦାବି କରିଛନ୍ତି। ବ୍ୟବସାୟୀମାନେ ସଂଧ୍ୟା ୫ଟା ସୁଦ୍ଧା ଦୋକାନ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି। ଦୋକାନକୁ ସାଧାରଣ ଦିନ ତୁଳନାରେ ମାତ୍ର ୧୦ ପ୍ରତିଶତ ଗ୍ରାହକ ଆସୁଛନ୍ତି ବୋଲି ସେମାନେ କହିଛନ୍ତି। ଦେଶରେ ଏବେ ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ସଂଖ୍ୟାରେ ବଢ଼ୁଥିବାରୁ ରାଜ୍ୟ ସରକାରମାନେ ଆଞ୍ଚଳିକ ସ୍ତରରେ ଲକଡାଉନ୍ କାର୍ଯ୍ୟକାରୀ କରୁଛନ୍ତି। ‌ଏଥିଯୋଗୁ ଗ୍ରାହକ ଓ କର୍ମଚାରୀମାନେ‌ ଦୋକାନକୁ ଆସିବାରେ ଅସୁବିଧା ସୃଷ୍ଟି ହେଉଛି। ସେହିଭଳି ମାଲ୍ ପରିବହନ ମଧ୍ୟ ଠିକ୍ ସମୟରେ‌ ହୋଇପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe