୧୫% ଲୋକଙ୍କ ମାସିକ ଆୟ ୫ ହଜାରରୁ କମ୍‌

ରାଜ୍ୟ ସରକାର ବଢ଼ାଇଲେ ସର୍ବନିମ୍ନ ମଜୁରୀ

firstpost.com

୨୫ ହଜାର ରୋଜଗାର କରୁଥିଲେ ଶ୍ରେଷ୍ଠ ୧୦% ଭିତରେ
ତଳ ୧୦% ପରିବାରର ଆୟ କମୁଛି

ନୂଆଦିଲ୍ଲୀ : ଭାରତରେ ଆୟର ସୁଷମ ବଣ୍ଟନ ହେଉନାହିଁ। ଏଥିଯୋଗୁ ଆର୍ଥିକ ବୈଷମ୍ୟ ବୃଦ୍ଧି ପାଉଛି। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ପକ୍ଷରୁ ଭାରତର ଆର୍ଥିକ ଅସମାନତା ଉପରେ ପ୍ରସ୍ତୁତ ରିପୋର୍ଟରେ ଏହା କୁହାଯାଇଛି। ଦେଶର ୧୫% କର୍ମଜୀବୀ ଲୋକଙ୍କ ମାସିକ ଆୟ ୫ ହଜାର ଟଙ୍କାରୁ କମ୍‌ ରହିଛି। ୧ ପ୍ରତିଶତ ଲୋକଙ୍କ ଆୟ ବୃଦ୍ଧି ପାଉଥିବାବେଳେ ତଳେ ଥିବା ୧୦ ପ୍ରତିଶତ ଲୋକଙ୍କ ଆୟ ସଂକୁଚିତ ହେବାରେ ଲାଗିଛି। ଫଳରେ ଆର୍ଥିକ ବୈଷମ୍ୟ ବଢ଼ୁଛି। ଯେଉଁମାନେ ମାସିକ ହାରାହାରି ୨୫ ହଜାର ଟଙ୍କା ରୋଜଗାର କରୁଛନ୍ତି ସେମାନେ ଶୀର୍ଷ ୧୦ ପ୍ରତିଶତ ରୋଜଗାର ବର୍ଗର ଲୋକଙ୍କ ମଧ୍ୟରେ ଆସୁଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ପରିବାରଗୁଡ଼ିକର ସାମଗ୍ରିକ ସ୍ଥିତିରେ ଉନ୍ନତି ଆଣିବା କ୍ଷେତ୍ରରେ ଭାରତ ଯଥେଷ୍ଟ ଅଗ୍ରଗତି ହାସଲ କରିଥିଲେ ମଧ୍ୟ ଆବଶ୍ୟକ ଜଳଯୋଗାଣ, ପରିମଳ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧାର ପହଞ୍ଚ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆସିବାର ଆବଶ୍ୟକତା ରହିଛି।

ଜାତୀୟ ପରିବାର ଏବଂ ସ୍ବାସ୍ଥ୍ୟ ସର୍ଭେ ୨୦୧୫-୧୬ ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପରିବାରଗୁଡ଼ିକର ସଂପତ୍ତି ମଧ୍ୟରେ ବିଶାଳ ପାର୍ଥକ୍ୟ ରହିଛି। ପାଖାପାଖି ୫୪.୯% ପରିବାର ସଂପତ୍ତି ସୃଷ୍ଟି କ୍ଷେତ୍ରରେ ସବାତଳେ ଥିବା ପରିବାରଗୁଡ଼ିକ ମଧ୍ୟରେ ଆସୁଛନ୍ତି। ଏହା ଭାରତର ଆର୍ଥିକ ବୈଷମ୍ୟର ଚିତ୍ରକୁ ଦର୍ଶାଉଛି। ଏପରିକି ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଏହି ପାର୍ଥକ୍ୟ ଅଧିକ ରହିଛି। ନିକଟରେ ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ଏକ ସନ୍ଦର୍ଭରେ ଦର୍ଶାଯାଇଛି ଯେ ଭାରତରେ ଗତ ଦଶନ୍ଧିରେ ଦାରିଦ୍ର୍ୟ ହ୍ରାସ ପାଇଛି। କିନ୍ତୁ ଯେଭଳି ହ୍ରାସ ପାଇବ ବୋଲି ପୂର୍ବରୁ ଚିନ୍ତା କରାଯାଇଥିଲା ତାହା ହୋଇନାହିଁ। ୨୦୧୧ରୁ ୨୦୧୯ ମଧ୍ୟରେ ଦାରିଦ୍ର୍ୟ ୧୨.୩ ପ୍ରତିଶତ କମିଛି। କିନ୍ତୁ ୨୦୦୪ରୁ ୨୦୧୧ ମଧ୍ୟରେ ହୋଇଥିବା ଦାରିଦ୍ର୍ୟ ହାର ହ୍ରାସ ତୁଳନାରେ ଏହା କମ। ଆର୍ଥିକ ବୈଷ‌ମ୍ୟ ଦୂର କରିବାକୁ ଉଦ୍ୟମର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe