ଫିଚର ଫୋନ୍‌ରେ ୧୫୦୦ ପୁରୁଣା ଗୀତ

ଫିଚର ଫୋନ୍‌ରେ ୧୫୦୦ ପୁରୁଣା ଗୀତ

PKBnews.in

ଭୁବନେଶ୍ବର: ବଜାରରେ ଏକ ଫିଚର ଫୋନ୍ ଉପଲବ୍ଧ ହୋଇଛି ଯେଉଁଥିରେ ରହିଛି ୧୫୦୦ ପୁରୁଣା ମନଛୁଆଁ ଗୀତ। ସଙ୍ଗୀତ ଜଗତର ଚର୍ଚ୍ଚିତ ସଂସ୍ଥା ସାରେଗାମା ପକ୍ଷରୁ ଏହି ଫୋନ୍‌କୁ ଉନ୍ମୋଚନ କରାଯାଇଛି। କିଶୋର କୁମାର, ଲତା ମଙ୍ଗେସକରଙ୍କ ଭଳି କିମ୍ବଦନ୍ତୀ ଗାୟକ ଓ ଗାୟିକାଙ୍କ ପ୍ରସିଦ୍ଧ ଗୀତ ସେହି ଫୋନ୍‌ରେ ରହିଛି। ଦୁଇଟି ଭାରିଆଣ୍ଟ୍‌ ଫୋନ୍ ବଜାରକୁ ଆସିଛି। ଗୋଟିଏ ଫୋନ୍‌ରେ ୧.୮ ଇଞ୍ଚ ଓ ଅନ୍ୟ ଫୋନ୍‌ରେ ୨.୪ ଇଞ୍ଚ୍‌ର ସ୍କ୍ରିନ୍ ରହିଛି। ଦ୍ବିତୀୟ ଭାରିଆଣ୍ଟ୍‌ରେ ୨୫୦୦ ଏମ୍ଏଏଚ୍‌ର ବ୍ୟାଟେରି ମଧ୍ୟ ରହିଛି। ଫୋନ୍‌ର ନାମ ହେଉଛି ସାରେଗାମା କାରବାଁ ମୋବାଇଲ୍। ଏହି ଫୋନ୍‌ରେ ପୂର୍ବରୁ ଲୋଡ୍ ହୋଇଥିବା ଗୀତଗୁଡ଼ିକୁ ଶୁଣିବା ଲାଗି ଇଣ୍ଟରନେଟ୍ ସଂଯୋଗ ଦରକାର ପଡ଼ିବ ନାହିଁ। ଏହା ସହିତ ଫୋନ୍‌ର ପଛ ପାର୍ଶ୍ବରେ ଏକ ବଡ଼ ସ୍ପିକର ଲଗାଯାଇଛି ଯାହା ଜରିଆରେ ଲୋକମାନେ ଗୀତ ଶୁଣିପାରିବେ। ବୟସ୍କ ‌ଲୋକ ଓ ସଙ୍ଗୀତପ୍ରେମୀମାନଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିବା ଏହି ଫିଚର ଫୋନ୍‌ରେ ଡୁଆଲ ସିମ୍, ବ୍ଲୁ ଟୁଥ୍‌, ଓୟାରଲେସ୍‌ ଏଫ୍ଏମ୍ ରେଡିଓ, ଟର୍ଚ ଓ ୩.୫ ହେଡ୍‌ଫୋନ୍ ଜ୍ୟାକ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe