ହ୍ଵାଟ୍ସଆପରେ ଆସିବ ୧୫୫ଟି ନୂଆ ଇମୋଜୀ 

Advertisment
ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କୁ ମିଳିବାକୁ ଯାଉଛି ଏହି ନୂଆ ଫିଚର୍‌

Digit

ନୂଆଦିଲ୍ଲୀ:  ମେସେଜିଂ ଆପ୍ ହ୍ଵାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ଆଣିଛି । କମ୍ପାନୀ ନୂଆ ଇମୋଜୀ ଆଣିବାକୁ ଘୋଷଣା କରିଛି । ଏଣିକି ନିଜ ଭାବକୁ ପ୍ରକାଶ କରିବାକୁ ୟୁଜର୍ସଙ୍କୁ କିଛି ଅଧିକ ନୂଆ ଇମୋଜୀ ମିଳିବ । ହ୍ଵାଟ୍ସଆପ ବିଟା ପ୍ରୋଗ୍ରାମ ମାଧ୍ୟମରେ ୨.୧୯.୧୩୯ ଭର୍ସନକୁ ସବମିଟ କରିଛି । ଏଥିରେ ନୂଆ ୧୫୫ଟି ଇମୋଜୀ ଆସିବାକୁ ଅଛି । ଗୁଗୁଲ ପ୍ଲେ ଷ୍ଟୋରରେ ଅପଡେଟ କଲେ ଇମୋଜୀଗୁଡ଼ିକ ଆକ୍ଟିଭ ହୋଇଯିବ।

publive-image Emojipedia

ଖୁବଶୀଘ୍ର ଡୁଡୁଲ ଫିଚରରେ ଇମୋଜୀ ଓ ଷ୍ଟିକର୍ସ ଅଲଗା ଅଲଗା ଦେଖାଯିବ। ଏହା ସହ ଏଥିରେ ସର୍ଚ୍ଚ ଅପସନ ବି ଦିଆଯିବ। ଅପଡେଟ ପରେ ଏଥିରେ ଇମୋଜୀ ଆସିଯିବ। ଯାହାକୁ ଚାଟିଙ୍ଗ ପାଇଁ ବ୍ୟବହାର କରାଯାଉଛି । ବର୍ତ୍ତମାନର ହ୍ଵାଟ୍ସଆପ ଡୁଡୁଲକୁ ଦେଖିଲେ କିଛି କଷ୍ଟମାଈଜ ଷ୍ଟିକର୍ସ ଅଛି, ଯାହାକୁ ମିଡ଼ିଆ ଫାଇଲ ପଠାଇବା ସମୟରେ ଏଡିଟ ଅପସନରେ ଚୟନ କରି ଫଟୋ ଉପରେ ଲଗାଇଯାଇପାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe