୧୬ ଲକ୍ଷ ହ୍ବାଟସ୍‌ଆପ୍ ଆକାଉଣ୍ଟ୍‌ ନିଷିଦ୍ଧ

Advertisment
୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ କଲା ହ୍ଵାଟ୍ସଆପ

www.whatsapp.com

ନୂଆଦିଲ୍ଲୀ : ମେଟା ମାଲିକାନାରେ ଥିବା ସଂସ୍ଥା ହ୍ବାଟସ୍‌ଆପ୍ ଏପ୍ରିଲ୍‌ ମାସରେ ଭାରତରେ ୧୬.୬ ଲକ୍ଷ ଆକାଉଣ୍ଟ୍‌କୁ ନିଷିଦ୍ଧ କରିଛି। ନୂଆ ଆଇଟି ନିୟମ ୨୦୨୧ରେ ରହିଥିବା ବ୍ୟବସ୍ଥା ଅନୁସାରେ କଂପାନି ଏହି ପଦକ୍ଷେପ ଗ୍ରହଣ କରିଛି। ମାର୍ଚ୍ଚରେ କଂପାନି ୧୮ ଲକ୍ଷ ଆକାଉଣ୍ଟ୍‌କୁ ନିଷିଦ୍ଧ କରିଥିଲା। ହ୍ବାଟସ୍‌ଆପ୍‌ର ଅପବ୍ୟବହାରକୁ ରୋକିବା ଲାଗି ଯେଉଁ ଆକାଉଣ୍ଟ୍‌ ବିରୋଧରେ ଅଭିଯୋଗ ଆସୁଛି ତାହାର ଯାଞ୍ଚ କରି କଂପାନି ପଦକ୍ଷେପ ଗ୍ରହଣ କରୁଛନ୍ତି।

ବ୍ୟବହାରକାରୀମାନଙ୍କ ଲାଗି ଏହି ପ୍ଲାଟଫର୍ମକୁ ସୁରକ୍ଷିତ ରଖିବା ଲାଗି କଂପାନି ଉଦ୍ୟମ କରୁଛି। ଗତ ଏପ୍ରିଲ୍‌ ୧ରୁ ୩୦ ତାରିଖ ମଧ୍ୟରେ ଯେଉଁ ଆକାଉଣ୍ଟ୍‌ ବିରୋଧରେ ଅଭିଯୋଗ ଆସିଥିଲା ତାହା ବିଚାରକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ୟବହାରକାରୀଙ୍କ ଲାଗି ହ୍ବାଟସ୍‌ଆପ୍‌କୁ ସୁରକ୍ଷିତ ରଖିବା ଲାଗି କଂପାନି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ସାଇନ୍ସ ଆଦିରେ ନିରନ୍ତର ଭାବେ ନିବେଶ ଜାରି ରଖିଛି। ୫ ନିୟୁତରୁ ଅଧିକ ବ୍ୟବହାରକାରୀ ଥିବା ବଡ଼ ଡିଜିଟାଲ ଓ ‌ସୋସିଆଲ ମିଡିଆ କଂପାନିଙ୍କୁ ମାସିକ ନିୟମ ପାଳନ ରିପୋର୍ଟ ପ୍ରକାଶ ବାଧ୍ୟତାମୂଳକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe