Image Courtesy of India Today
ନୂଆଦିଲ୍ଲୀ: ୫ଟି କେନ୍ଦ୍ରାଞ୍ଚଳ ଭାରତୀୟ ରାଜ୍ୟରେ ୧୬ଟି ନୂତନ ବିମାନବନ୍ଦର ନିର୍ମାଣ କରାଯିବ ବୋଲି ସୋମବାର ଦିନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି।
‘ପିଏମ୍-ଗତି ଶକ୍ତି କନ୍ଫରେନ୍ସ୍ ଫର୍ ସେଣ୍ଟ୍ରାଲ୍ ଜୋନ୍’ରେ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ବୋଧନ ଦେଇ ସିନ୍ଧିଆ କହିଲେ ଯେ, ମଧ୍ୟପ୍ରଦେଶର ରିୱା, ଛତିଶଗଡ଼ର ଅମ୍ବିକାପୁର, ବିଳାସପୁର ଏବଂ ଜଗଦଳପୁରରେ ୪ଟି, ଉତ୍ତର ପ୍ରଦେଶରେ ୯ଟି, ରାଜସ୍ଥାନରେ ୧ଟି ଏବଂ ମହାରାଷ୍ଟ୍ରରେ ୨ଟି ବିମାନବନ୍ଦରକୁ ମିଶାଇ ସମୁଦାୟ ୧୬ଟି ବିମାନବନ୍ଦର ନିର୍ମାଣ କରାଯିବ।
‘ପିଏମ୍-ଗତି ଶକ୍ତି’ ଯୋଜନାର ସଫଳତା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ଆବଶ୍ୟତା ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଥିଲେ।
Image Courtesy of Mintସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ୍ ଗତି ଶକ୍ତି-ନ୍ୟାସ୍ନାଲ୍ ମାଷ୍ଟର୍ ପ୍ଲାନ୍’ର ଶୁଭାରମ୍ଭ କରିଥିଲେ।
ସିନ୍ଧିଆ କହିଛନ୍ତି ଯେ, ‘ପିଏମ୍ ଗତି ଶକ୍ତି’ ଦେଶରେ ‘ମଲ୍ଟି-ମଡେଲ୍’ ଯୋଗାଯୋଗ କ୍ଷିପ୍ରତର କରି ୫ ହଜାର ଟ୍ରିଲିୟନ୍ ଡଲାର୍ ଅର୍ଥନୀତି ପରିକଳ୍ପନାକୁ ସାକାର କରାଇବ। ଗତି ଶକ୍ତି ଉପକ୍ରମ କେବଳ ଦେଶକୁ ଅଧିକ ନିବେଶ ଆଣିବାରେ ସହାୟତା କରିବ ନାହିଁ, ବହୁ କର୍ମସଂସ୍ଥାନ ମଧ୍ୟ ସୃଷ୍ଟି କରାଇବ।
ଦକ୍ଷିଣ ଆଫ୍ରିକୀୟ ଦେଶସମୂହଙ୍କ ସମେତ ବିଶ୍ବର ଅନେକ ଦେଶ ଗତ ୭୦ ବର୍ଷ ହେଲା ଭିତ୍ତିଭୂମି କ୍ଷେତ୍ରରେ ବିନିଯୋଗ ଉପରେ ଧ୍ୟାନ ଦେଇଥିଲେ। ଏବେ ସେମାନେ ବିକଶିତ ରାଷ୍ଟ୍ର ହୋଇ ପାରିଛନ୍ତି।
୧୦୦ ଲକ୍ଷ କୋଟି ମୂଲ୍ୟର ‘ପିଏମ୍ ଗତି ଶକ୍ତି’ ଉପକ୍ରମ ହେଉଛି ଭାରତକୁ ‘ବୈଶ୍ବିକ ସୁପର୍ ପାୱାର୍’ରେ ପରିଣତ କରିବାର ଅଭିଯାନ। ଏହାକୁ ସାକାର କରିବା ଲାଗି କେନ୍ଦ୍ର ସରକାରଙ୍କର ୧୬ଟି ମନ୍ତ୍ରାଳୟ ସମନ୍ବୟ ରକ୍ଷାର କରି କାର୍ଯ୍ୟ କରିବେ।
Follow Us