Image Courtesy of India Today
ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଆଜି ସାରା ଦେଶରେ ୧୬୩ତମ ଆୟକର ଦିବସ ପାଳନ କରାଯାଇଛି। ଏହି ଅବସରରେ ରକ୍ତଦାନ ଶିବିର, ଚିକିତ୍ସା ଶିବିର, କୋଭିଡ୍ ଟିକାକରଣ ଶିବିର, ହାଫ୍ ମାରାଥନ୍, ସାଇକ୍ଲୋଥନ୍ ଓ ସ୍ବଚ୍ଛତା ଅଭିଯାନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାର ନିକଟରେ ଗ୍ରହଣ କରିଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଏକ ବିଶ୍ବାସଯୋଗ୍ୟ ଟିକସ ବ୍ୟବସ୍ଥା ନିଶ୍ଚିତ ହୋଇପାରିଛି। ଆୟକର ରିଟର୍ଣ୍ଣ ଦାଖଲରେ ହୋଇଥିବା ବୃଦ୍ଧିରୁ ତାହା ସ୍ପଷ୍ଟ ଜଣାପଡ଼ୁଛି। ଗତ ଆର୍ଥିକ ବର୍ଷରେ ୧୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଟିକସ ସଂଗ୍ରହ ହୋଇଥିବାରୁ ସେ ଆୟକର ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ଚଳିତ ଆର୍ଥିକ ବର୍ଷରେ ମଧ୍ୟ ସେହି ଧାରା ଜାରି ରହିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଟିକସ ବିଭାଗକୁ ଅଧିକ ଟିକସଦାତା ମିତବ୍ୟୟୀ ହେବା ଲାଗି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆହ୍ବାନ ଦେଇଛନ୍ତି। ବହୁ ସଂସ୍କାରମୂଳକ ପଦକ୍ଷେପ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡ. ଭଗବତ କ୍ରିଷ୍ଣରାଓ କରାଡ଼ ଆୟକର ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ବିଭାଗ ପକ୍ଷରୁ ଆୟୋଜନ କରାଯାଉଥିବା ବିଭିନ୍ନ ଆଉଟ୍ରିଚ୍ କାର୍ଯ୍ୟକ୍ରମ ପାରସ୍ପରିକ ବିଶ୍ବାସ ସୃଷ୍ଟିରେ ସହାୟକ ହେବ ବୋଲି ରାଜସ୍ବ ସଚିବ ରାହୁଲ ବଜାଜ କହିଛନ୍ତି।
Follow Us