ଆଧାର ସହିତ ଲିଙ୍କ୍‌ ହୋଇ ନ ଥିବାରୁ ଅଚଳ ହୋଇଯିବ ୧୭ କୋଟି ପାନ୍ କାର୍ଡ

ଓଡ଼ିଶାରେ କୋଟିଏରୁ ଅଧିକ ପାନ୍‌

Sociofly

ନୂଆଦିଲ୍ଲୀ: ଆଧାର ନମ୍ବର ସହିତ ପାନ୍ କାର୍ଡକୁ ଲିଙ୍କ୍‌ କରାଇବାର ସମୟ ସୀମାକୁ ଆଠ ଥର ବୃଦ୍ଧି କରାଗଲାଣି। ଏହା ସତ୍ତ୍ବେ ଏପର୍ଯ୍ୟନ୍ତ ୧୭ କୋଟିରୁ ଅଧିକ ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍‌ କରାଯାଇନାହିଁ। ସଂସଦ‌ରେ ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାନୁଆରି ସୁଦ୍ଧା ୩୦.୭୫ କୋଟି ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍‌ କରାଯାଇଛି। ଏବେବି ୧୭.୫୮ କୋଟି ପାନ୍ କାର୍ଡ ସହ ଆଧାର ଲିଙ୍କ୍‌ ହୋଇନାହିଁ। ଏହି କାର୍ଯ୍ୟ ସମାପନ କରିବା ଲାଗି କେନ୍ଦ୍ର ସରକାର ୨୦୨୦ ମାର୍ଚ ୩୧ ପର୍ଯ୍ୟନ୍ତ ମହଲତ ପ୍ରଦାନ କରିଛନ୍ତି। ଏହା ପରେ ଯେଉଁ ପାନ୍ କାର୍ଡ ସହିତ ଆଧାର ଲିଙ୍କ୍ ହୋଇନଥିବ ତାହା ଅଚଳ ହୋଇଯିବ।

ପାନ୍ କାର୍ଡ ସହିତ ଆଧାର ଲିଙ୍କ୍‌ କରାଇବା ବାଧ୍ୟତାମୂଳକ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ସେହି ଅନୁସାରେ ୨୦୧୯ ଅର୍ଥ ବିଲ୍‌ରେ ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁସାରେ ଆଧାର ସହିତ ଲିଙ୍କ୍ ହୋଇନଥିବା ପାନ୍ କାର୍ଡଗୁଡ଼ିକୁ ଆକୟକର ନିୟମର ଧାରା ୧୩୯ଏଏର ଖଣ୍ଡ ୪୧ ଅନୁସାରେ ନିସ୍କ୍ରିୟ ଘୋଷଣା କରାଯାଇପାରିବ। ଦେଶରେ ୪୮ କୋଟିରୁ ଅଧିକ ପାନ୍ କାର୍ଡ ଜାରି କରାଯାଇଛି। ଆୟକର ପଇଠ କରିବା ବେ‌ଳେ ୧୨ ଅଙ୍କ ବିଶିଷ୍ଟ ପାନ୍ ନମ୍ବରକୁ ବ୍ୟବହାର କରାଯାଉଛି। ଟିକସ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଲାଗି ଆଧାର ସହିତ ପାନ୍ ଲିଙ୍କ୍‌ କରିବା ବିଷୟକୁ ବାଧ୍ୟତାମୂଳକ କରାଯାଇଛି। ଏହା ଦ୍ବାରା ଜାଲ ପାନ୍ କାର୍ଡର ଅପବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଅନୁମାନ କରାଯାଉଛି। ଦେଶରେ ୧୨୦ କୋଟି ଆଧାର କାର୍ଡ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe