Advertisment

179 crore tax: ୫ ଖଣିରେ ୧୭୯ କୋଟି ଟିକସ ଫାଙ୍କି: ଅଡିଟ୍ ପରେ ୯୬.୯୨କୋଟି ଆଦାୟ, ୮୨.୭୧କୋଟି ଉପରେ ଅଧିକାରୀ ନିରବ

Advertisment

ଓଡ଼ିଶାର ଖଣି ମହାଦୁର୍ନୀତି ଉପରେ ୨୦୧୦ ପୂର୍ବରୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶରେ ଶାହା କମିସନ୍ ତଦନ୍ତ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ତଥାପି ରାଜ୍ୟରେ ଖଣି ଦୁର୍ନୀତିକୁ ରୋକାଯାଇପାରିନାହିଁ....

ଓଡ଼ିଶାର ଖଣି ମହାଦୁର୍ନୀତି ଉପରେ ୨୦୧୦ ପୂର୍ବରୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶରେ ଶାହା କମିସନ୍ ତଦନ୍ତ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ତଥାପି ରାଜ୍ୟରେ ଖଣି ଦୁର୍ନୀତିକୁ ରୋକାଯାଇପାରିନାହିଁ....

Untitled-3

179 crore tax

ଭୁବନେଶ୍ବର: ଓଡ଼ିଶାର ଖଣି ମହାଦୁର୍ନୀତି ଉପରେ ୨୦୧୦ ପୂର୍ବରୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶରେ ଶାହା କମିସନ୍ ତଦନ୍ତ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ତଥାପି ରାଜ୍ୟରେ ଖଣି ଦୁର୍ନୀତିକୁ ରୋକାଯାଇପାରିନାହିଁ, ଯାହାକି ଅଡିଟ୍‌ରେ ଧରାପଡ଼ିଛି। ୧୯୬୦ ରୁ ୨୦୨୦ ମସିହା ମଧ୍ୟରେ କୋଇଡ଼ା ଡିଡିଏମ୍ ସର୍କଲ୍‌ ଅଧୀନରେ ଥିବା ୫ଟି ଖଣିର ବର୍ଦ୍ଧିତ ଉତ୍ପାଦନରେ ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଶୁଳ୍କ ବାବଦରେ ୧୭୯.୬୩ କୋଟି ଟଙ୍କା ଠକେଇ ଧରାପଡ଼ିବା ପରେ ୯୬. ୯୨କୋଟି ଟଙ୍କା ଆଦାୟ ହୋଇଛି। ଅବଶିଷ୍ଟ ୮୨.୭୧କୋଟି ଟଙ୍କା ଆଦାୟ ହୋଇନଥିବା ବେଳେ ସମ୍ପୃକ୍ତ ଅଧିକାରୀ ଏହା ଉପରେ ନିରବ ବୋଲି ସିଏଜି ତାଙ୍କ ରିପୋର୍ଟରେ କ୍ଷୋଭ ପ୍ରକାଶ କରିଛନ୍ତି।
ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ୧୯୬୦ରୁ ୨୦୨୦ ମସିହା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଉପନିବନ୍ଧକ କାର୍ଯ୍ୟାଳୟରେ ପଞ୍ଜୀକୃତ ଖଣିଗୁଡ଼ିକର ଦଲିଲ୍ ୨୦୨୩ ମାର୍ଚ୍ଚରେ ତନଖି କରିବା ପରେ ଇସ୍ପାତ ଓ ଖଣି ବିଭାଗ ଅଧୀନରେ ଥିବା କୋଇଡ଼ା ଖଣିଉପନିର୍ଦ୍ଦେଶକ(ଡିଡିଏମ୍‌) ଅଧୀନ ଖଣି ଯୋଜନା ଓ ଉତ୍ପାଦନର ତନଖିରୁ ଖଣି କେଳେଙ୍କାରୀ ଧରାପଡ଼ିଥିଲା। ୨୦୧୯ ରୁ ୨୦୨୩ ମଧ୍ୟରେ ଖଣି ଯୋଜନାର ପରିବର୍ତ୍ତନ ମାଧ୍ୟମରେ ୭ଟି ଖଣିର ଉତ୍ପାଦନ ପରିମାଣ ବୃଦ୍ଧି  ହୋଇଥିଲା।

ସେଥିରୁ ୨ଟି ଖଣିର ବର୍ଦ୍ଧିତ ପରିମାଣ ଉପରେ ଟିକସ ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ୫ଟି ଖଣି ଉତ୍ପାଦନ ପରିମାଣ ବୃଦ୍ଧି ସତ୍ତ୍ବେ ୪ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଶୁଳ୍କ ସଂଶୋଧନ କରି ଆଦାୟ କରାଯାଇନଥିଲା। ଅଣଆଦାୟ ଟିକସ ପରିମାଣ ୧୭୯.୬୩କୋଟି ଟଙ୍କା। ଏହି ଖଣିଗୁଡ଼ିକ ମଧ୍ୟରେ କେଜେଏସ୍‌ଟି ଜଳହରି ଲୁହା, ମାଙ୍ଗାନିଜ ଓ  ବକ୍ସାଇଟ୍ ଖଣି ଉପରେ ୧୦.୨୧କୋଟି ଟଙ୍କା,  ରାଇକଳା ଲୁହା ଖଣିର ୬୩.୧୪କୋଟି ଟଙ୍କା, ନାରାୟଣ ପୋଷୀ ଲୁହା  ଓ ମାଙ୍ଗାନିଜ ଖଣିର ୭୩.୧୨କୋଟି ଟଙ୍କା, କଲତା ବାରସୁଆଁ ତଳଡ଼ିହି ଲୁହା ଖଣିର ୯.୫୯କୋଟି ଟଙ୍କା ଓ ରାଇକଳା ତନ୍ତ ଲୁହାଖଣିର ୨୩.୫୭କୋଟି ଟଙ୍କା ଆଦାୟ ହୋଇନଥିଲା। କୋଇଡ଼ା ଡିଡିଏମ୍‌ ଓ  ବ‌ଣାଇ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ମଧ୍ୟରେ ଏସମ୍ପର୍କରେ ଯୋଗାଯୋଗ ନଥିଲା ବୋଲି ଅଡିଟ୍‌ରେ ଜଣାପଡ଼ିଛି। ଅଡିଟ୍ ପରେ ବଣାଇ ଉପନିବନ୍ଧକ ଉଲ୍ଲେଖ କରିଛନ୍ତି ଯେ ୨୦୨୩ ଅକ୍ଟୋବରରୁ ୨୦୨୪ ଜୁନ୍ ମଧ୍ୟରେ ୩ଟି ଖଣି କେଜେଏସ୍‌ଟି ଖଣି, ରାଇକଳା ଲୁହା ଖଣି ଓ ରାଇକେଲା ତନ୍ତ ଲୁହା ଖଣି ସେମାନଙ୍କର ବର୍ଦ୍ଧିତ ଦେୟ ପୈଠ କରିଛନ୍ତି। ଅବଶିଷ୍ଟ ଦୁଇଟି ଖଣି ନାରାୟଣ ପୋଷୀ ଓ କଲତା ବାରସୁଆ ଖଣି କର୍ତ୍ତୃପକ୍ଷ ସେମାନଙ୍କର ଦେୟ ୮୨.୭୧କୋଟି ଟଙ୍କା ପୈଠ କରିନାହାଁନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଖଣି ମହାଦୁର୍ନୀତିକୁ ନେଇ ବିଗତ ରାଜ୍ୟ ସରକାର ନାହିଁନଥିବା ସମାଲୋଚନା ସମ୍ମୁଖୀନ ହେବା ପରେ ମଧ୍ୟ ପୁଣି ଖଣି କେଳେଙ୍କାରୀରେ କୋଟିକୋଟି ଟଙ୍କା ରାଜସ୍ବ ଫାଙ୍କି ହେବା ଘଟଣା ବୁଦ୍ଧିଜୀବୀ ମହଲରେ ବିସ୍ମୟ ସୃ‌ଷ୍ଟି କରିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe