ସହରାଞ୍ଚଳରେ ବସ୍ ସେବା ପାଇଁ ୧୮ ହଜାର କୋଟି, ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦୁଇ ନୂଆ ପ୍ରଯୁକ୍ତି

Advertisment
ସହରାଞ୍ଚଳରେ ବସ୍ ସେବା ପାଇଁ ୧୮ ହଜାର କୋଟି, ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦୁଇ ନୂଆ ପ୍ରଯୁକ୍ତି

ସହରାଞ୍ଚଳର ଭିତ୍ତିଭୂମି ଏବଂ ବିଶେଷକରି ସାଧାରଣ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବଜେଟ୍‌ରେ ବ୍ୟବସ୍ଥା‌ କରାଯାଇଛି। ମେଟ୍ରୋ ରେଳ ନେଟୱାର୍କର ସଂପ୍ରସାରଣ ସହିତ ସିଟି ବସ୍ ସେବାକୁ ବ୍ୟାପକ କରାଯିବ। ସାଧାରଣ ବସ୍ ପରିବହନ ସେବାର ବିକାଶ ପାଇଁ ୧୮ ହଜାର କୋଟି ଟଙ୍କାର ଏକ ନୂଆ ସ୍କିମ୍ ଘୋଣୋ କରାଯାଇଛି। ଏଥିରେ ୨୦ ହଜାରରୁ ଅଧିକ ବସ୍‌ର ପରିଚାଳନା ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ସରକାରୀ ଓ ଘରୋଇ ସହଭାଗିତାରେ କରାଯିବ। ଦେଶର ୨୭ଟି ସହରରେ ଏବେ ମେଟ୍ରୋ ଟ୍ରେନ ସେବା ଚାଲିଛି କିମ୍ବା ପ୍ରକଳ୍ପ ନିର୍ମାଣାଧୀନ ରହିଛି। କମ୍‌ ମୂଲ୍ୟରେ ମେଟ୍ରୋ ପ୍ରକଳ୍ପ ନିର୍ମାଣ ପାଇଁ ମେଟ୍ରୋଲାଇଟ୍ ଓ ମେଟ୍ରୋନିଓ ନାମରେ ଦୁଇଟି ନୂଆ ପ୍ରଯୁକ୍ତିର ଉପଯୋଗ କରାଯିବ। ଏଥିସହିତ କୋଚି ମେଟ୍ରୋ ପ୍ରକଳ୍ପକୁ ୧୯୫୭.୦୫ କୋଟି, ଚେନ୍ନାଇ ମେଟ୍ରୋ ପ୍ରକଳ୍ପକୁ ୬୩,୨୪୬ କୋଟି, ବେଙ୍ଗାଲୁରୁ ମେଟ୍ରୋ ପ୍ରକଳ୍ପକୁ ୧୪୭୮୮ କୋଟି ଏବଂ ନାଗପୁର ମେଟୋ ଓ ନାସିକ ମେଟ୍ରୋ ରେଳ ପ୍ରକଳ୍ପକୁ ଯଥାକ୍ରମେ ୫୯୭୬ କୋଟି ଏବଂ ୨୦୨୯ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe