ଆମେରିକାର ୧୮୬ ବ୍ୟାଙ୍କ ପ୍ରତି ବିପଦ

Advertisment
ଆମେରିକାର ୧୮୬ ବ୍ୟାଙ୍କ ପ୍ରତି ବିପଦ

House.gov

ନୂଆଦିଲ୍ଲୀ: ସପ୍ତାହକରେ ଗୋଟିଏ ପରେ ଗୋଟିଏ ଆମେରିକାର ତିନିଟି ବ୍ୟାଙ୍କ ବିଫଳ ହେବା ପରେ ସେଠାକାର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ଦୁର୍ବଳତା ଧରାପଡ଼ିଯାଇଛି। ଏକ ରିପୋର୍ଟର କୁହାଯାଇଛି ଯେ ଆମେରିକାର ୧୮୬ଟି ବ୍ୟାଙ୍କ ପ୍ରତି ବିପଦ ରହିଛି। କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍‌ ରିଜର୍ଭ ବାରମ୍ବାର ସୁଧ ବଢ଼ାଇବା ଆମେରିକୀୟ ବ୍ୟାଙ୍କଗୁଡ଼ିକର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ସୋସିଆଲ ସାଇନ୍‌ସ ରିସର୍ଚ୍ଚ ନେଟ୍‌ୱର୍କରେ ପୋଷ୍ଟ୍‌ ହୋଇଥିବା ଏକ ଗବେଷଣାତ୍ମକ ରିପୋର୍ଟରେ କୁହାଯାଇଛି ଯେ ଆମେରିକୀୟ ବ୍ୟାଙ୍କଗୁଡ଼ିକର ଏକ ବଡ଼ ଭାଗ ଜମାର ବୀମା ସୁରକ୍ଷା ନାହିଁ। ଯଦି ‌କୌଣସି କାରଣ ବଶତଃ ସେଭଳି ବର୍ଗର ଅଧା ଗ୍ରାହକ ନିଜ ପାଣ୍ଠିକୁ ବ୍ୟାଙ୍କରୁ ଉଠାଇନେବେ ତେବେ ୧୮୬ଟି ବ୍ୟାଙ୍କ ବୁଡ଼ିଯିବାର ଆଶଙ୍କା ରହିଛି।

ଏହି ରିପୋର୍ଟକୁ ପ୍ରସ୍ତୁତ କରିଥିବା ଅର୍ଥନୀତିଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ ସ୍ଥିତି ସୁଧାରିବାକୁ ସରକାର ହସ୍ତକ୍ଷେପ ନକରିବେ ତେବେ ଅନ୍ୟ ବ୍ୟାଙ୍କଗୁଡ଼ିକ ଭଳି ଏଗୁଡ଼ିକ ମଧ୍ୟ ବୁଡ଼ିଯିବେ। ସେମାନଙ୍କୁ ନୂଆ ପାଣ୍ଠି ଦେବାକୁ ରିପୋର୍ଟରେ ସୁପାରିସ କରାଯାଇଛି। ସମୟ ସମୟରେ ବଜାରରେ ଦେଖାଦେଉଥିବା ଅସ୍ଥିରତାର ସଫଳ ମୁକାବିଲା କରିବା ଲାଗି ଏକ ଦୃଢ଼ ବିପଦ ଅନୁମାନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଏବଂ ଗୋଟିଏ ନିର୍ଦିଷ୍ଟ କ୍ଷେତ୍ରରେ କାର୍ଯ୍ୟ ନକରି ସେଥିରେ ବିବିଧତା ଆଣିବା ଲାଗି ପରାମର୍ଶ ଦିଆଯାଇଛି। ଆମେରିକାରେ ଗତ ସପ୍ତାହରେ ସିଲିକନ ଭାଲି ବ୍ୟାଙ୍କ ବିଫଳ ହେବା ପରେ ସିଗ୍ନେଚର ବ୍ୟାଙ୍କ ବିଫଳ ହୋଇଥିଲା। ଫାଷ୍ଟ୍‌ ରିପବ୍ଲିକ୍ ବ୍ୟାଙ୍କ ବିଫଳ ହେବା ପୂର୍ବରୁ ଆମେରିକାର ୧୧ଟି ବ୍ୟାଙ୍କ ଏକଜୁଟ ହୋଇ ତାହାକୁ ବଞ୍ଚାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe