୧୯.୫୮ ଲକ୍ଷ କୋଟିର ନିଟ୍‌ ପ୍ରତ୍ୟକ୍ଷ ଟିକସ ଆଦାୟ

Advertisment
୧୯.୫୮ ଲକ୍ଷ କୋଟିର ନିଟ୍‌ ପ୍ରତ୍ୟକ୍ଷ ଟିକସ ଆଦାୟ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ରାଶି ୨୦୨୨-୨୩ ତୁଳନାରେ ୧୭.୭ ପ୍ରତିଶତ ବୃଦ୍ଧି ଘଟି ୧୯.୫୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏପରିକି ସଂଶୋଧିତ ଅଟକଳ ତୁଳନାରେ ଏହା ୧୩ ହଜାର କୋଟି ଟଙ୍କା ଅଧିକ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ ରାଶିରେ ୧୮.୪୮ ପ୍ରତିଶତ ବୃଦ୍ଧି ଘଟି ୨୩.୩୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଟିକସଦାତାଙ୍କୁ ଆଲୋଚ୍ୟ ଆର୍ଥିକ ବର୍ଷରେ ୩.୭୯ ଲକ୍ଷ କୋଟି ଟଙ୍କା ରିଫଣ୍ଡ ବା ଫେରସ୍ତ ଆକାରରେ ପ୍ରଦାନ କରାଯାଇଛି।

୨୦୨୨-୨୩‌ରେ ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ରାଶି ୧୬.୬୪ ଲକ୍ଷ କୋଟି ଟଙ୍କା ରହିଥିଲାବେଳେ ୨୦୨୩-୨୪ ବଜେଟ ଅଟକଳରେ ୧୮.୨୩ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ଆଦାୟ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ପରେ ସଂଶୋଧିତ ଅଟକଳରେ ଏହାକୁ ୧୯.୪୫ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଥିଲା। ଗତ ଆର୍ଥିକ ବର୍ଷରେ ମୋଟ କର୍ପୋରେଟ୍ ଟିକସ ଆଦାୟ ରାଶି ୧୩.୦୬ ପ୍ରତିଶତ ବୃଦ୍ଧି ପାଇ ୧୧.୩୨ ଲକ୍ଷ କୋଟି ରହିଛି। ସେହିଭଳି ନିଟ୍‌ କର୍ପୋରେଟ୍ ଟିକସ ଆଦାୟ ରାଶି ୧୦.୨୬ ପ୍ରତିଶତ ବୃଦ୍ଧି ଘଟି ୯.୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସିକ୍ୟୁରିଟିଜ୍ ଟ୍ରାଞ୍ଜାକସନ ଟିକସ ସହିତ ଆୟକର ବାବଦରେ ଗତ ଆର୍ଥିକ ବର୍ଷରେ ମୋଟ ୧୨.୦୧ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି, ଯାହାକି ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୨୫.୨୩ ପ୍ରତିଶତ ଅଧିକ। ଗତ ଆର୍ଥିକବର୍ଷ ରିଫଣ୍ଡ ବାବଦରେ ଯେଉଁ ୩.୭୯ ଲକ୍ଷ କୋଟି ଟଙ୍କା ଦିଆଯାଇଛି ୨୦୨୨-୨୩ର ରିଫଣ୍ଡ ତୁଳନାରେ ତାହା ୨୨.୭୪ ପ୍ରତିଶତ ଅଧିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe