Image Courtesy of Digital News
ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାରରେ ହ୍ରାସ ପାଇଥିବା ମୂଲ୍ୟକୁ ଆଧାର କରି ଆଜିଠାରୁ ୧୯ କି.ଗ୍ରା,ବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ୩୬ ଟଙ୍କା ହ୍ରାସ ପାଇଛି।
ଦର ହ୍ରାସ ଯୋଗୁଁ ହୋଟେଲ୍, ରେସ୍ତୋରାଁ ଏବଂ ରନ୍ଧନ ଗ୍ୟାସ୍ ବ୍ୟବହାର କରୁଥିବା ଅନ୍ୟାନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ଉପକୃତ ହେବେ। କିନ୍ତୁ, ଘରେ ରୋଷେଇ କରିବାକୁ ବ୍ୟବହାର କରାଯାଉଥିବା ‘ଏଲ୍ପିଜି’ ସିଲିଣ୍ଡର୍ର ଦର ଅପରିବର୍ତ୍ତିତ ରହିଛି।
ଦର ହ୍ରାସ ପାଇବା ପରେ ଦିଲ୍ଲୀରେ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ମୂଲ୍ୟ ଟ. ୨୦୧୨.୫୦ ପରିବର୍ତ୍ତେ ୧,୯୭୬/-ରେ ବିକ୍ରୟ ହେଉଥିବା କଥା ରାଷ୍ଟ୍ରାୟତ ଇନ୍ଧନ ଖୁଚୁରା ବିକ୍ରେତାମାନେ କହିଛନ୍ତି।
Image Courtesy of India Ahead Hindiସେହିପରି, ମୁମ୍ବାଇରେ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ଟ. ୧୯୭୨.୫୦ ପରିବର୍ତ୍ତେ ଟ. ୧୯୩୬.୫୦ରେ ବିକ୍ରୟ ହେଉଛି। କୋଲ୍କାତାରେ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ଟ. ୨୧୩୨/- ପରିବର୍ତ୍ତେ ଟ. ୨୦୯୫.୫୦ ରେ ବିକ୍ରୟ ହେଉଛି। ଏହାଛଡ଼ା, ଚେନ୍ନାଇରେ ଏବେ ୧୯ କେ.ଜି. ବ୍ୟାବସାୟିକ ସିଲିଣ୍ଡର୍ ଦର ହେଉଛି ଟ. ୨୪୧/-, ବେଙ୍ଗାଲୁରୁରେ ଟ. ୨୦୬୩.୫୦ ଏବଂ ହାଇଦ୍ରାବାଦରେ ଟ.୨୧୯୭.୫୦। ସ୍ଥାନୀୟ ‘ଭାଟ୍’ ଅନୁସାରେ ରାଜ୍ୟରୁ ରାଜ୍ୟ ମଧ୍ୟରେ ରନ୍ଧନ ଗ୍ୟାସ୍ ଦର ମଧ୍ୟରେ ପ୍ରଭେଦ ରହୁଛି।
ଉଲ୍ଲେଖଯୋଗ୍ୟ, ଗତ ୪ ମାସ ମଧ୍ୟରେ ଭାରତରେ ଏହା ହେଉଛି ‘ଏଲ୍ପିଜି’ ଗ୍ୟାସ୍ ସିଲିଣ୍ଡର୍ ଦରରେ ୪ର୍ଥ ମୂଲ୍ୟ ହ୍ରାସ। ପୂର୍ବରୁ ଜୁନ୍ ମାସରେ କେନ୍ଦ୍ର ସରକାର ୧୯ କେ.ଜି. ବ୍ୟବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ପିଛା ଟ. ୧୩୫/- ହ୍ରାସ କରିଥିଲେ।
Follow Us