Image Courtesy of Zee News
ନୂଆଦିଲ୍ଲୀ: ଦେଶର ତୈଳ ବିପଣନକାରୀ କମ୍ପାନି ସବୁ ଆଜିଠାରୁ ୧୯ କେ.ଜି. ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ହ୍ରାସ ଘୋଷଣା କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଆଜିଠାରୁ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଆଗ ଅପେକ୍ଷା ୧୩୫ ଟଙ୍କା କମ୍ରେ ବିକ୍ରୟ କରାଯିବ। ସେହି ହିସାବରେ, ଦିଲ୍ଲୀରେ ୨,୩୫୪ ଟଙ୍କାରେ ବିକ୍ରୟ ହେଉଥିବା ୧୯ କେ.ଜି. ‘ଏଲ୍ପିଜି’ ସିଲିଣ୍ଡର୍ ଏବେ ୨,୨୧୯ ଟଙ୍କାରେ ବିକ୍ରୟ ହେବ।
ସେହିପରି, ପୂର୍ବରୁ କୋଲ୍କାତାରେ ଟ. ୨,୪୫୪/-ରେ ବିକ୍ରୟ ହେଉଥିବା ୧୯ କେ.ଜି. ‘ଏଲ୍ପିଜି’ ସିଲିଣ୍ଡର୍ ଏବେ ଟ. ୨,୩୨୨/-ରେ ବିକ୍ରୟ ହେବ। ଏହାଛଡ଼ା, ମୁମ୍ବାଇରେ ୧୯ କେ.ଜି. ‘ଏଲ୍ପିଜି’ ସିଲିଣ୍ଡର୍ ଟ. ୨,୩୦୬/- ପରିବର୍ତ୍ତେ ଟ. ୨,୧୭୧.୫୦ ଏବଂ ଚେନ୍ନାଇରେ ଟ. ୨,୫୦୭/- ପରିବର୍ତ୍ତେ ୨,୩୭୩/-ରେ ବିକ୍ରୟ କରାଯିବ।
Image Courtesy of Matrubhumi Englishଉଲ୍ଲେଖଯୋଗ୍ୟ, ମେ ୧୯ ତାରିଖରେ ଦେଶରେ ଉଭୟ ଘରୋଇ ଏବଂ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ମୂଲ୍ୟ ବୃଦ୍ଧି କରାଯାଇଥିଲା। ସେତେବେଳେ ଏହା ଥିଲା ସେ ମାସରେ ରନ୍ଧନ ଗ୍ୟାସ୍ ଦରର ଦ୍ବିତୀୟ ବୃଦ୍ଧି। ୧୪ କେ.ଜି. ଘରୋଇ ‘ଏଲ୍ପିଜି’ ସିଲିଣ୍ଡର୍ ଦର ସେତେବେଳେ ଟ. ୩.୫୦ ବୃଦ୍ଧି ପାଇଥିବା ବେଳେ ୧୯ କେ.ଜି. ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ଟ. ୮/- ବୃଦ୍ଧି ପାଇଥିଲା।
ତୈଳ ବିପଣନକାରୀ କମ୍ପାନି ସବୁ ଆଜି ‘ଏଲ୍ପିଜି’ ଦର ବୃଦ୍ଧି କରି ପାରନ୍ତି ବୋଲି ଆଗରୁ ଆଲୋଚନା ଚାଲିଥିଲା।
Follow Us