୨ ବର୍ଷରେ ୧୯୦ ଖଣି ନିଲାମ ହେବ: ତାଲିକାରେ ୫୫ ଲୁହାପଥର, ୩୧ ବକ୍ସାଇଟ୍‌ ଖଣି, ଗୋଟିଏ ସୁନା ଖଣି ବି ନିଲାମ ହେବ

Advertisment
ଖଣିଜ ମାନ ହେରଫେରକୁ ରୋକିବ ଆଇଓଟି ଡିଭାଇସ୍

Wikipedia

ନୂଆଦିଲ୍ଲୀ: ଖଣି ନିଲାମକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ଧରଣର ଯୋଜନା ପ୍ରସ୍ତୁତ କରିଛନ୍ତି। ଆସନ୍ତା ଦୁଇ ବର୍ଷରେ ପ୍ରାୟ ୧୯୦ ଖଣି ନିଲାମ କରିବାକୁ ଲକ୍ଷ୍ୟ ରଖାଯାଇଛି। ସଫଳତାର ସହ ଏହି ଖଣିଗୁଡ଼ିକୁ ନିଲାମ କରିବା ଲାଗି ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା ଜାରି ରହିଛି। ପ୍ରତିଟି ରାଜ୍ୟକୁ ନେଇ ସ୍ବତନ୍ତ୍ର ଯୋଜନା ତିଆରି ହେଉଛି। ରାଜ୍ୟଗୁଡ଼ିକ ସହ ସବିଶେଷ ଆଲୋଚନା କରାଯାଉଛି। ଆସନ୍ତା ଦୁଇ ବର୍ଷରେ ନିଲାମ କରାଯିବାକୁ ଥିବା ଖଣିଗୁଡ଼ିକ ମଧ୍ୟରେ ରହିଛି ୫୯ଟି ଚୁନପଥର, ୫୫ ଲୁହା ପଥର, ୩୧ ବକ୍ସାଇଟ୍ ଓ ଗୋଟିଏ ସୁନା ଖଣି। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଖରେ ଥିବା ୧୫୦ରୁ ଅଧିକ ନିସ୍କ୍ରିୟ ଖଣିକୁ ସକ୍ରିୟ କରିବା ଉପରେ ମଧ୍ୟ ଖଣି ମନ୍ତ୍ରଣାଳୟ ଜୋର ଦେଉଛି।

ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମର ଧାରା ୧୦ଏ (୨ବି) ଓ (ସି)ରେ ସଂଶୋଧନ କରିବା ଲାଗି ନିତି ଆୟୋଗ ପକ୍ଷରୁ ଖଣି ମନ୍ତ୍ରଣାଳୟକୁ ଆଇନଗତ ପରାମର୍ଶ ମଗାଯାଇଥିବା ଜଣାପଡ଼ିଛି। ଏହି ଦୁଇ ଧାରା ଅନୁସାରେ ଆଗୁଆ ପରିବେଶ ଓ ଜଙ୍ଗଲ ମଞ୍ଜୁରି ହାସଲ କରିବା ଲାଗି ପ୍ରାକ୍-ନିଲାମ ଅନୁମତି ପ୍ରଦାନ କରାଯାଇଥିଲା। ମାତ୍ର ପ୍ରାକ୍-ନିଲାମ ଅନୁମତି ପାଇଥିବା ଖଣିଗୁଡ଼ିକରୁ କେବେ ଉତ୍ତୋଳନ ଆରମ୍ଭ ହେବ ତାହାକୁ ନେଇ କୌଣସି ସନ୍‌ସେଟ୍ କ୍ଲଜ୍‌ ଧାର୍ଯ୍ୟ କରାଯାଇନଥିଲା। ନିକଟରେ କେନ୍ଦ୍ର ସରକାର ସଫଳତାର ସହିତ ୧୯ଟି କୋଇଲା ଖଣିର ବାଣିଜ୍ୟିକ ନିଲାମ କରିଥିଲେ। ଅନେକ ଘରୋଇ ସଂସ୍ଥା ଓ ଦୁଇଟି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ଖଣି ପାଇବା ଲାଗି କଂପାନିଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ପ୍ରଥମ ଥର ଲାଗି ରାଜସ୍ବ ଭାଗବଣ୍ଟା ଆଧାରରେ ଖଣି ନିଲାମ ହୋଇଥିଲା। ଯେଉଁ ସଂସ୍ଥା ସରକାରଙ୍କ ସହିତ ଅଧିକ ରାଜସ୍ବ ବାଣ୍ଟିବାକୁ ରାଜି ହୋଇଥିଲେ ସେମାନଙ୍କୁ ସର୍ବୋଚ୍ଚ ବିଡର୍‌ ବିଚାର କରାଯାଇଛି। ଓଡ଼ିଶାର ରାଧିକାପୁର ଇଷ୍ଟ୍‌ ଓ ରାଧିକାପୁର ୱେଷ୍ଟ୍ କୋଇଲା ଖଣିକୁ ଏଥର ନିଲାମ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe