ପ୍ରଥମ କୌଶଳ ଭବନ ଆରମ୍ଭ: ଆଉ ୯ଟି ଭବନ ଖୋଲାଯିବ

Advertisment

୧୦ ବିଶ୍ବକର୍ମା କେନ୍ଦ୍ର ସ୍ଥାପନ କରାଯିବ, ସିଏମ୍ ଆସ୍ପାୟାର୍ ଯୋଜନା ଘୋଷଣା

୧୦ ବିଶ୍ବକର୍ମା କେନ୍ଦ୍ର ସ୍ଥାପନ କରାଯିବ, ସିଏମ୍ ଆସ୍ପାୟାର୍ ଯୋଜନା ଘୋଷଣା

ପ୍ରଥମ କୌଶଳ ଭବନ ଆରମ୍ଭ: ଆଉ ୯ଟି ଭବନ ଖୋଲାଯିବ

ଭୁବନେଶ୍ବର: ଓଡିଶାକୁ ଦକ୍ଷ ମାନବ ସମ୍ବଳର କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ। ଦକ୍ଷତା ବିକାଶ ପାଇଁ ଏକ ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇଛି। ଆଗାମୀ ୨-୩ ବର୍ଷ ମଧ୍ୟରେ ଆମର ଯୁବ ପିଢି ସେମାନଙ୍କର ଆଗ୍ରହ ଆଧାରରେ ଦକ୍ଷତା ପାଠ୍ୟକ୍ରମରେ ପ୍ରବେଶ କରିପାରିବେ ଏବଂ ଶିଳ୍ପର ଚାହିଦା ଅନୁଯାୟୀ ଯୋଗ୍ୟତା ହାସଲ କରି ନିଯୁକ୍ତି ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ୱାର୍ଲଡ ସ୍କିଲ ସେଣ୍ଟର ଠାରେ ବିଶ୍ବ ଯୁବ ଦକ୍ଷତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଆଗାମୀ ବଜେଟ୍‌ରେ ଆମେ ଦକ୍ଷତା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଉପରେ ଗୁରୁତ୍ବ ଦେଉଛୁ ବୋଲି ସେ କହିଥିଲେ।

ଏହି ଅବସରରେ ଆତିଥେୟତା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ପ୍ରଥମ କୌଶଳ ଭବନ ଉଦ୍‌ଘାଟିତ ହୋଇଥିଲା। ଏହା ସହିତ ଆଉ ୯ଟି କୌଶଳ କେନ୍ଦ୍ର ଖୋଲାଯିବ ବୋଲି ସେ କହିଥିଲେ। ସେହିପରି ଦକ୍ଷତାରେ ଗୁଣବତ୍ତା ହାସଲ କରି ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ କରିବା ପାଇଁ ସେ ସିଏମ୍‌ ଆସ୍ପାୟାର ଯୋଜନାର ଘୋଷଣା ମଧ୍ୟ କରିଥିଲେ। ଏଥିରେ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ବାରା ସ୍ଥାପିତ ମଡେଲ କ୍ୟାରିୟର ସେଣ୍ଟରଗୁଡିକୁ ସୁଦୃଢ କରିବା, ଯୁବକଯୁବତୀମାନଙ୍କ ପାଇଁ ନିଯୁକ୍ତି ଯୋଗ୍ୟ ଦକ୍ଷତା ସୃଷ୍ଟି କରିବା, ଉଦ୍ଭାବନ ଏବଂ ଗବେଷଣାର ଭାବନା ସୃଷ୍ଟି କରିବା ଏବଂ ଓଡିଆ ଯୁବକଯୁବତୀମାନଙ୍କୁ ବିଦେଶର ସର୍ବୋତ୍ତମ ଅନୁଷ୍ଠାନରେ ଉଚ୍ଚ ବୈଷୟିକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେବା ଉପରେ ଗୁରୁତ୍ବ ଦିଆଯିବ ସେ କହିଥିଲେ। ନିର୍ମାଣ କ୍ଷେତ୍ରରେ ଯୁବବର୍ଗଙ୍କୁ ଦକ୍ଷ କରିବା ପାଇଁ ଆମେ ପ୍ରାୟ ୧୦ଟି ବିଶ୍ବକର୍ମା କେନ୍ଦ୍ର ସ୍ଥାପନ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଜିଲ୍ଲାସ୍ତରରେ ‘ନୂଆ ଓଡିଶା ଜିଲ୍ଲା ଦକ୍ଷତା କେନ୍ଦ୍ର’ ଖୋଲାଯାଉଛି ବୋଲି ସେ କହିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ସ୍କିଲ୍‌ ଡେଭଲପମେଣ୍ଟ୍‌ ଫେଲୋସିପ୍‌ ମଧ୍ୟ ଆରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନକୁ ଦକ୍ଷତା ବିକାଶରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋମାନଙ୍କ ପ୍ରମୁଖ ଭୂମିକା ରହିବ ବୋଲି ସେ କହିଥିଲେ।

ଆଉ ୯ଟି ଭବନ ଖୋଲାଯିବ
୧୦ ବିଶ୍ବକର୍ମା କେନ୍ଦ୍ର ସ୍ଥାପନ କରାଯିବ
ସିଏମ୍ ଆସ୍ପାୟାର୍ ଯୋଜନା ଘୋଷଣା
ନୂଆ ଓଡିଶା ଜିଲ୍ଲା ଦକ୍ଷତା କେନ୍ଦ୍ର ଖୋଲାଯାଉଛି

ଆମେ ଚଳିତ ବର୍ଷ ଅନ୍ତରୀଣ ବଜେଟରେ ଦକ୍ଷତା ବିକାଶ ପାଇଁ ପ୍ରାୟ ୩୧ କୋଟି ଟଙ୍କା ଆବଣ୍ଟନ କରିଛୁ ଏବଂ ଆଗାମୀ ବର୍ଷଗୁଡିକରେ ଏହାକୁ ଆହୁରି ବୃଦ୍ଧି କରାଯିବ ବୋଲି ସେ କହିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଏକ କୌଶଳ ରଥର ଶୁଭାରମ୍ଭ କରିଥିଲେ। ଏହି କୌଶଳ ରଥ ସାରା ରାଜ୍ୟରେ ଭ୍ରମଣ କରି ଯୁବକମାନଙ୍କ ମଧ୍ୟରେ ଦକ୍ଷତାର ବାର୍ତ୍ତା ପହଞ୍ଚାଇବ। ସରକାର ଏକ ସ୍ଲିଲ ଇକୋସିଷ୍ଟମ ସୃଷ୍ଟି କରିଛନ୍ତି ଏବଂ ଆମର ଯୁବ ପିଢ଼ି ଏହାର ସର୍ବୋତ୍ତମ ଉପଯୋଗ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ କହିଲେ ଯେ ରାଜ୍ୟ ସରକାର ଦକ୍ଷତା କ୍ଷେତ୍ରରେ ଓଡିଶାକୁ ଏକ ନୂଆ ସ୍ତରକୁ ନେବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। କୌଶଳ କ୍ଷେତ୍ରରେ ଓଡ଼ିଶାର ସମ୍ଭାବନାର ପୁରା ଉପଯୋଗ କରାଯାଇ ଯୁବ ଶକ୍ତିର ବିକାଶ କରାଯିବ ବୋଲି ସେ କହିଥିଲେ। ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରାରମ୍ଭରେ ବିଶ୍ବ ଦକ୍ଷତା କେନ୍ଦ୍ରର ବିଭିନ୍ନ ଦକ୍ଷତା ଶିକ୍ଷା କେନ୍ଦ୍ର ଗୁଡ଼ିକୁ ବୁଲି ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe