Investopedia
ଭୁବନେଶ୍ବର: ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର୍ (ଓକାକ୍) ୧୫,୮୦୦ ବର୍ଗମଟର ଜମିରେ ୨୦୧୪ ଫେବ୍ରୁ୍ଆରିରେ ଏକ ଭବନ ନିର୍ମାଣ କରିଥିଲେ। ଏଥି ମଧ୍ୟରୁ ୫୬୨୦ ବର୍ଗମିଟର ସ୍ଥାନକୁ ୬୪ଟି ଆଇଟି କଂପାନିକୁ ଭଡ଼ା ସୂତ୍ରରେ ଦିଆଯାଇଥିଲା। ଭଡ଼ାଟିଆ କଂପାନିଗୁଡ଼ିକ ସହ ହୋଇଥିବା ରାଜିନାମା ଅନୁସାରେ ଓକାକ୍ ଠିକ୍ ସମୟରେ ବିଲ୍ ପ୍ରସ୍ତୁତ କରିନଥିଲା। ଫଳରେ ୨୬ଟି କଂପାନି ୨.୨୩ କୋଟି ଟଙ୍କାର ଭଡ଼ା ନଦେଇ ସ୍ଥାନ ପରିତ୍ୟାଗ କରିଥିଲେ। ସେମାନଙ୍କ ଠାରୁ ଭଡ଼ା ଆଦାୟ କରିବା ଲାଗି ଓକାକ୍ ଆଇନଗତ ପଦକ୍ଷେପ ମଧ୍ୟ ଗ୍ରହଣ କରିନଥିଲା।
ସିଏଜି ତାଙ୍କ ରିପୋର୍ଟରେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ବିକ୍ରେତାମାନଙ୍କୁ ଲାଇସେନ୍ସ ଫି’ ପ୍ରଦାନ କରିବାରେ ୨.୩୨ କୋଟି ଟଙ୍କାର ଅନୁଚିତ ଅନୁକମ୍ପା ସାଇବର୍ଟେକ୍ ସଫ୍ଟଓୟାର ମଲ୍ଟିମିଡିଆ ଲିମିଟେଡ୍କୁ ପ୍ରଦାନ କରାଯାଇଥିଲା। ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ରାଉରକେଲା ଗ୍ରାମ୍ୟ କାର୍ଯ୍ୟ ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀମାନେ କାର୍ଯ୍ୟ ସମ୍ପୂର୍ଣ୍ଣ କରିନଥିବା ଠିକାଦାରମାନଙ୍କ ଠାରୁ ୯ କୋଟି ଟଙ୍କାର ଅର୍ଥ ଦଣ୍ଡ ଆଦାୟ କରିନଥିଲେ। ପୂର୍ତ୍ତ ବିଭାଗ ଜମି ନିର୍ବିବାଦୀୟ ନା ନାହିଁ ତାହା ନିଶ୍ଚିତ ନକରି ତିନିଟି ରାସ୍ତା କାମ ଆରମ୍ଭ କରିଥିଲେ। ସେଥିପାଇଁ ରାସ୍ତାଗୁଡ଼ିକ ଅର୍ଧ ନିର୍ମିତ ରହିଥିଲା। ୫.୩୧ କୋଟି ଟଙ୍କାର ନିସ୍ଫଳ ବ୍ୟୟ ହେବା ସହ ୬ଟି ଜନବସତିର ଲୋକମାନେ ରାସ୍ତା ସଂଯୋଗକୁ ବଞ୍ଚିତ ହୋଇଥିଲେ। ନୂଆପଡ଼ା ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଦ୍ବାରା ୧.୦୩ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ କରାଯାଇଥିଲା ବୋଲି ସିଏଜି ଜଣାଇଛନ୍ତି।
Follow Us