ଜୁନ ୩୦ ସୁଦ୍ଧା ଫେରିଛି ୨.୭୨ ଲକ୍ଷ କୋଟିର ୨ ହଜାର ଟଙ୍କିଆ ନୋଟ୍ : ରିଜର୍ଭ ବ୍ୟାଙ୍କ

Advertisment

ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ବିରୋଧରେ ଆଗତ ମାମଲା ଦିଲ୍ଲୀ ହାଇକୋର୍ଟରେ ଖାରଜ

ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ବିରୋଧରେ ଆଗତ ମାମଲା ଦିଲ୍ଲୀ ହାଇକୋର୍ଟରେ ଖାରଜ

ଏପର୍ଯ୍ୟନ୍ତ ୯୭.୬୯% ୨୦୦୦ ଟଙ୍କିଆ ନୋଟ ଫେରିଛି : ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କହିଛି ଯେ ଜୁନ ୩୦ ସୁଦ୍ଧା ୨.୭୨ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ଫେରିଆସିଛି । ବର୍ତ୍ତମାନ କେବଳ ୮୪,୦୦୦ କୋଟି ଟଙ୍କାର ୨,୦୦୦ ଟଙ୍କିଆ ନୋଟ୍ ପ୍ରଚଳନରେ ରହିଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି । ଗତ ମେ ୧୯ରେ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରାଯାଇଥିଲା । ସେପ୍ଟେମ୍ବର ୩୦ ସୁଦ୍ଧା ୨ ହଜାର ଟଙ୍କିଆ ନୋଟ ଫେରସ୍ତ କରିହେବ ।

ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ଆସିଥିବା ୨୦୦୦ ଟଙ୍କିଆ ନୋଟ ମଧ୍ୟରୁ ୮୭ ପ୍ରତିଶତ ନୋଟ ବ୍ୟାଙ୍କ ଖାତାରେ ଜମା ହୋଇଛି ଓ ୧୩ ପ୍ରତିଶତ ବଦଳ ହୋଇଛି ।

ଅନ୍ୟପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ୨୦୦୦ ଟଙ୍କିଆ ନୋଟ୍ ଅଚଳ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ଏକ ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ଓ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।

ପୂର୍ବରୁ ଏହି ଆବେଦନ ଉପରେ ମେ ୩୦ରେ ରାୟ ସଂରକ୍ଷିତ ରଖାଯାଇଥିଲା। ଆବେଦନକାରୀ ରଜନୀଶ ଭାସ୍କର ଗୁପ୍ତା ଯୁକ୍ତି ବାଢ଼ିଥିଲେ ଯେ ୨୦ ଟଙ୍କିଆ ନୋଟ୍ କୁ ପ୍ରଚଳନରୁ ପ୍ରତ୍ୟାହାର କରିବାର କ୍ଷମତା ରିଜର୍ଭ ବ୍ୟାଙ୍କର ନାହିଁ ଏବଂ କେବଳ କେନ୍ଦ୍ର ସରକାର ହିଁ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇପାରିବେ । ଏହା ପୂର୍ବରୁ ମଧ୍ୟ ହାଇକୋର୍ଟ ଏପରି ଏକ ମାମଲାକୁ ଖାରଜ କରିସାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe