Al Jazeera
ମସ୍କୋ: ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ନୂଆ ମୋଡ଼ ନେଇଛି। ଆଜି ୟୁକ୍ରେନ୍ ସୀମା ନିକଟରେ ରୁଷ୍ର ସହର ବେଲ୍ଗୋରଡରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ଏହା ଏକ ବିମାନ ଆକ୍ରମଣ ବୋଲି ଜଣାପଡ଼ିଥିବା ବେଳେ ଏହା ୟୁକ୍ରେନ୍ କରିଛି ବୋଲି ରୁଷ୍ କର୍ତ୍ତୃପକ୍ଷ ଦାବି କରିଛନ୍ତି। ଦୁଇ ଦିନ ପୂର୍ବରୁ ଏହି ସହରର ଏକ ତୈଳ ଡିପୋରେ ହେଲିକପ୍ଟରରୁ ଆକ୍ରମଣ ହୋଇଥିଲା ଏବଂ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଆଜିର ଆକ୍ରମଣ ପରେ ରୁଷ୍ ୟୁକ୍ରେନ୍ ଉପରେ ଅତି ପ୍ରଚଣ୍ଡ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। ୟୁକ୍ରେନ୍ ଆଜିର ଆକ୍ରମଣ ନେଇ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଦୁଇ ଦିନ ତଳେ ହୋଇଥିବା ଆକ୍ରମଣରେ ମଧ୍ୟ କୌଣସି ଭୂମିକା ନାହିଁ ବୋଲି କହିଛି।
Follow Us