techonology for you
ଅମରାବତୀ: ଆନ୍ଧ୍ରପ୍ରଦେଶର ଭିଆଇଟି-ଏପି ବିଶ୍ବବିଦ୍ୟାଳୟ ପକ୍ଷରୁ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ଲାଗି ଦୁଇଟି ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ ଉତ୍କର୍ଷ କେନ୍ଦ୍ର ପାଇଁ ବୋଷ୍ଟନ୍ ଆଇଟି ସଲ୍ୟୁସନ୍ସ ସହ ଗୋଟିଏ ଏମ୍ଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ ଅନ୍ୟ ଏମ୍ଓୟୁକୁ ଇଣ୍ଟେଲ୍ ସହ ସ୍ବାକ୍ଷର କରାଯାଇଛି। ଇଣ୍ଟେଲ୍ ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ଜିତେନ୍ଦ୍ର ଚଢ଼ା ଓ ଭିଆଇଟି-ଏପି ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ଏସ୍ ଭି କୋଟା ରେଡ୍ଡି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି।
ଏହି ଅବସରରେ ଇଣ୍ଟେଲ୍ ଇଣ୍ଡିଆର ପ୍ରୋଗ୍ରାମିଂ ମୁଖ୍ୟ ଗିରିଶ ଉପସ୍ଥିତ ଥିଲେ। ବୋଷ୍ଟନ୍ ଆଇଟି ସଲ୍ୟୁସନ୍ସ ସହ ହୋଇଥିବା ଏମ୍ଓୟୁରେ ବିଶ୍ବବିଦ୍ୟାଳୟ ପକ୍ଷରୁ କୁଳପତି ଶ୍ରୀ କୋଟା ରେଡ୍ଡି ଓ କଂପାନିର ଗ୍ଲୋବାଲ୍ ହେଡ୍-ଏଆଇ ଏଜୁକେସନ ଆଣ୍ଡ୍ ସଲ୍ୟୁସନ୍ସ ଲକ୍ଷ୍ମୀ ନାଗେଶ୍ବରୀ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ସିଏଲ୍ଭି ଶିବକୁମାର, ଏଆଇ ଓ ରୋବୋଟିକ୍ସର ନିର୍ଦେଶକ ଡକ୍ଟର ହରି ସୀତା, କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂର ଡିନ୍ ଡକ୍ଟର ଏସ୍ ଭି ସୁଧା, ଇଣ୍ଟେଲ୍ର ନିର୍ଦେଶକ ସୁମିତ ଓ ପ୍ରଦୀପ ଜି ଏବଂ ବୋଷ୍ଟନ ଆଇଟି ସଲ୍ୟୁସନ୍ସର ଭେଙ୍କଟ ପ୍ରମୁଖ ଉପସ୍ଥିତ ଥିଲେ।
Follow Us