ଭୁବନେଶ୍ବର: ଆଜି ରୁଚି ଫ୍ରୋଜିଟ୍ର ଦୁଇଟି ନୂଆ ଆଉଟ୍ଲେଟ୍ ପଟିଆ ଓ ସହିଦନଗରରେ ଉଦ୍ଘାଟିତ ହୋଇଛି। ପଟିଆର ଇନ୍ଦିରା ପ୍ୟାଲେସ୍ ଠାରେ ନୂଆ ଆଉଟ୍ଲେଟ୍କୁ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଓ ରୁଚିର ପରିଚାଳନା ନିର୍ଦେଶକ ଡକ୍ଟର ଶରତ କୁମାର ସାହୁ ଉଦ୍ଘାଟନ କରିଛନ୍ତି। ରୁଚିର ନିର୍ଦେଶିକା ରଶ୍ମୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସହିଦନଗର ଷ୍ଟୋର୍କୁ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ରୁଚିର ନିର୍ଦେଶକ ଅରବିନ୍ଦ ସାହୁ ଯୋଗ ଦେଇଥିଲେ। ଫ୍ରୋଜିଟ୍ ଆଉଟ୍ଲେଟ୍ର ତତ୍ତ୍ବାବଧାୟକ ବିଶ୍ବଜିତ ରଥଙ୍କ ଅଧ୍ୟକ୍ଷତାରେ ଉଭୟ ଷ୍ଟୋର୍ ଉଦ୍ଘାଟିତ ହୋଇଛି। ଫ୍ରୋଜିଟ୍ ଆଉଟ୍ଲେଟ୍ରେ ଗ୍ରାହକମାନେ ପିଜା, ବର୍ଗର, ରୋଲ୍, ସାଣ୍ଡ୍ୱିଚ୍, ପାସ୍ତା, କେକ୍, ନୁଡୁଲ୍ସ, ବିରିୟାନି, ପୋଡ଼ ପିଠା, ଖିରି ଆଦି କିଣିପାରିବେ। ନଭେମ୍ବର ୩୦ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ୧୦% ରିହାତିର ବ୍ୟବସ୍ଥା ରହିଛି ବୋଲି କଂପାନିର ଅର୍ଥ ବିଭାଗ ମୁଖ୍ୟ ଶ୍ରୀକାନ୍ତ ମହାପାତ୍ର କହିଛନ୍ତି। ଏହି ଅବସରରେ ଫ୍ରୋଜିଟ୍ର ଲୋକ ସମ୍ପର୍କ ଅଧିକାରୀ ରୋମିତ ମହାନ୍ତି ଓ ଆଉଟ୍ଲେଟ୍ ମ୍ୟାନେଜର ଅଭିନାଶ ସିଂହ ଉପସ୍ଥିତ ଥିଲେ।
ରୁଚି ଫ୍ରୋଜିଟ୍ର ୨ଟି ନୂଆ ଆଉଟ୍ଲେଟ୍
Advertisment
Follow Us