ଇପିଏଫ୍‌ଓରେ ଯୋଡ଼ିହେଲେ ୨୦ ଲକ୍ଷ

Advertisment

ଚଳିତ ବର୍ଷ ଜୁଲାଇରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)‌ରେ ରେକର୍ଡ ୨୦ ଲକ୍ଷ ସଦସ୍ୟ ଯୋଡ଼ିହୋଇଛନ୍ତି। ୨୦୧୮ ଏପ୍ରିଲ୍‌ରୁ ମାସିକ ତଥ୍ୟ ଜାରି ହେବା ଧାରା ଆରମ୍ଭ ହେବା ପରଠାରୁ ପ୍ରଥମ ଥର ଲାଗି କୌଣସି ଗୋଟିଏ ମାସରେ ଇପିଏଫ୍‌ଓରେ ଏତେ ଲୋକ ଯୋଡ଼ିହୋଇଛନ୍ତି। 

ଇପିଏଫ୍‌ଓରେ ସାମିଲ ହୋଇପାରନ୍ତି ଅଧିକ କର୍ମଚାରୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)‌ରେ ରେକର୍ଡ ୨୦ ଲକ୍ଷ ସଦସ୍ୟ ଯୋଡ଼ିହୋଇଛନ୍ତି। ୨୦୧୮ ଏପ୍ରିଲ୍‌ରୁ ମାସିକ ତଥ୍ୟ ଜାରି ହେବା ଧାରା ଆରମ୍ଭ ହେବା ପରଠାରୁ ପ୍ରଥମ ଥର ଲାଗି କୌଣସି ଗୋଟିଏ ମାସରେ ଇପିଏଫ୍‌ଓରେ ଏତେ ଲୋକ ଯୋଡ଼ିହୋଇଛନ୍ତି। 

କେନ୍ଦ୍ର ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସୂଚନା ଅନୁସାରେ ଜୁଲାଇରେ ଇପିଏଫ୍‌ଓରେ ଯୋଡ଼ି ହୋଇଥିବା ସଦସ୍ୟମାନଙ୍କ ମଧ୍ୟରୁ ୧୦.୫୨ ଲକ୍ଷ ହେଉଛନ୍ତି ସମ୍ପୂର୍ଣ୍ଣ ନୂଆ। ଇପିଏଫ୍‌ଓରୁ ବାହାରିଯାଇଥିବା ୧୪.୬୫ ଲକ୍ଷ ସଦସ୍ୟ ଜୁଲାଇରେ ପୁଣି ସାମିଲ ହୋଇଥିଲେ। ଏହି ମାସରେ ସାମିଲ ହୋଇଥିବା ନୂଆ ସଦସ୍ୟଙ୍କ ମଧ୍ୟରୁ ୮.୭୭ ଲକ୍ଷ ଲୋକଙ୍କ ବୟସ ୧୮-୨୫ ବର୍ଷ ମଧ୍ୟରେ ରହିଛି। ମୋଟ ନୂଆ ସଦସ୍ୟଙ୍କ ମଧ୍ୟରୁ ୩ ଲକ୍ଷ ହେଉଛନ୍ତି ମହିଳା। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ହରିୟାଣା ଓ ଗୁଜରାଟରୁ ଅଧିକ ସଦସ୍ୟ ଏହି ମାସରେ ଯୋଡ଼ି ହୋଇଥିବା ଜଣାପଡ଼ିଛି। ଇଫିଏଫ୍‌ଓରେ ନୂଆକରି ଯୋଡ଼ି ହୋଇଥିବା ସଦସ୍ୟମାନେ ମାନୁଫାକ୍‌ଚରିଂ (ବିନିର୍ମାଣ), କମ୍ପ୍ୟୁଟର ସେବା, ନିର୍ମାଣ, ଇଞ୍ଜିନିୟରିଂ, ବ୍ୟାଙ୍କିଙ୍ଗ ଓ ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe