ରାଜ୍ୟରେ ବର୍ଷକୁ ୨୦୦୦ କୋଟିର ପ୍ରତିରକ୍ଷା ବ୍ୟବସାୟ ସୁଯୋଗ

ରାଜ୍ୟର ପ୍ରତିରକ୍ଷା ଓ ଏରୋସ୍ପେସ୍‌ କ୍ଷେତ୍ରରେ ବର୍ଷକୁ ୨୦୦୦ କୋଟି ଟଙ୍କାର ବ୍ୟବସାୟ କରିବା ସୁଯୋଗ ରହିଛି। ଏହା ଉପରେ ମାନସମନ୍ଥନ କରିବା ଲାଗି ଏମ୍ଏସ୍‌ଏମ୍ଇ ମନ୍ତ୍ରଣାଳୟ ସହଯୋଗରେ ଓସ୍‌ମି ପକ୍ଷରୁ ଏକ ସେମିନାର ଆୟୋଜନ କରାଯାଇଥିଲା।

sfsfxcxxc

ଭୁବନେଶ୍ବର: ରାଜ୍ୟର ପ୍ରତିରକ୍ଷା ଓ ଏରୋସ୍ପେସ୍‌ କ୍ଷେତ୍ରରେ ବର୍ଷକୁ ୨୦୦୦ କୋଟି ଟଙ୍କାର ବ୍ୟବସାୟ କରିବା ସୁଯୋଗ ରହିଛି। ଏହା ଉପରେ ମାନସମନ୍ଥନ କରିବା ଲାଗି ଏମ୍ଏସ୍‌ଏମ୍ଇ ମନ୍ତ୍ରଣାଳୟ ସହଯୋଗରେ ଓସ୍‌ମି ପକ୍ଷରୁ ଏକ ସେମିନାର ଆୟୋଜନ କରାଯାଇଥିଲା। ସେଥିରେ ଡିଆର୍‌ଡିଓ ଚାନ୍ଦିପୁରର ପ୍ରୁଫ୍‌ ଆଣ୍ଡ୍‌ ଏକ୍ସପେରିମେଣ୍ଟ୍‌ ଏ‌ଷ୍ଟାବ୍ଲିସ୍‌ମେଣ୍ଟ୍‌ର ନିର୍ଦ୍ଦେଶକ ସୁବୋଧ କୁମାର ନାୟକ, ହାଲ୍‌ କୋରାପୁଟର ମୁଖ୍ୟ ପ୍ରବନ୍ଧକ (ଆଇଏମ୍ଏମ୍‌-‌ପ୍ରୋଜେକ୍ଟ) ସୁବୋଧ କୁମାର ସାହୁ ଏବଂ ବଲାଙ୍ଗୀର ବଡ଼ମାଳରେ ଥିବା ଗୋଳାବାରୁଦ କାରଖାନାର ଜୁନିଅର ୱାର୍କସ୍ ମ୍ୟାନେଜର ତପନ କୁମାର ଜେନା ଅତିଥି ଭାବେ ଯୋଗ ଦେଇ ପ୍ରତିରକ୍ଷା ଉପକରଣ ସଂଗ୍ରହ, ଗବେଷଣା ଓ ବିକାଶ ଏବଂ ପ୍ରତିରକ୍ଷା ଉତ୍ପାଦନରେ ଏମ୍ଏସ୍‌ଏମ୍ଇଙ୍କ ଅଂଶଗ୍ରହଣ ଭଳି ବିଷୟ ଉପରେ ଆଲୋକପାତ କରିଥିଲେ।

ସିଟିଟିସି ଭୁବନେଶ୍ବରର ଗୁଣବତ୍ତା ମୁଖ୍ୟ ଡ. ଏସ୍‌ କେ କର ଅନ୍ତର୍ଜାତୀୟ ମାନର ଉତ୍ପାଦନ ସମ୍ପର୍କରେ କହିଥିଲେ। ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓର ଡ. ଏସ୍ ଏନ୍ ନାୟକ ଓ ପି କେ ଗୁପ୍ତା ଏମ୍ଏସ୍‌ଏମ୍ଇଗୁଡ଼ିକ ପାଇଁ ରହିଥିବା ଆର୍ଥିକ ପ୍ରୋତ୍ସାହନ ବିଷୟରେ ଆଲୋଚନା କରିଥିଲେ। ଇସ୍ରାଏଲ ଦୂତାବାସର ଇନୋଭେସନ ଆଟାଚି ମାୟା ସେର୍‌ମନ୍‌ ପ୍ରତିରକ୍ଷା ପ୍ରଯୁକ୍ତି ଏବଂ ମିଳିତ ଆରଆଣ୍ଡ୍‌ଡି ଓ ଉତ୍ପାଦନରେ ଭାରତ ଓ ଇସ୍ରାଏଲ୍‌ ମଧ୍ୟରେ ବଢ଼ୁଥିବା ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଏହି ଯାତ୍ରାରେ ଯୋଡ଼ି ହେବା ଲାଗି ଓଡ଼ିଶାର ଏମ୍ଏସ୍‌ଏମ୍ଇମାନଙ୍କ ଲାଗି ବ୍ୟାପକ ସ‌ୁଯୋଗ ଥିବା ସେ କହିଥିଲେ। ଆକ୍ୟୁରେଟ୍ ଇଞ୍ଜିନିୟରିଂ କ୍ଲଷ୍ଟର୍‌ର ଜୟପ୍ରକାଶ ବିଶ୍ବାଳ ଓ ସନ୍ଦୀପ କୁମାର ରାଉତ ମଧ୍ୟ ସେମିନାରରେ ଅଂଶଗ୍ରହଣ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe