ଇଣ୍ଡିଆନ୍ ବ୍ୟାଙ୍କ ଏଟିଏମ୍‌ରୁ ମିଳିବନି ୨୦୦୦ ଟଙ୍କିଆ

Advertisment
୨୦୦୦ ଟଙ୍କିଆ ଛପା ବନ୍ଦ ନିଷ୍ପତ୍ତି ନିଆଯାଇନି

New Indian Express

ନୂଆଦିଲ୍ଲୀ: ଇଣ୍ଡିଆନ୍ ବ୍ୟାଙ୍କ ଏଟିଏମ୍‌ରୁ ଆଉ ଗ୍ରାହକମାନେ ୨୦୦୦ ଟଙ୍କିଆ ନୋଟ୍ ପାଇବେ ନାହିଁ। ବ୍ୟାଙ୍କ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ୍ ରହୁଥିବା ଟ୍ରେକୁ ଆସନ୍ତା ମାର୍ଚ୍ଚ ପହିଲାରୁ କାଢ଼ି ଦିଆଯିବ। ଗ୍ରାହକମାନେ ଏଟିଏମ୍‌ରୁ ୨ ହଜାର ଟଙ୍କିଆ ନୋଟ୍ ଉଠାଇଲେ ତାହାକୁ କିଣାକିଣି କରିବା କିମ୍ବା ତାହାକୁ ବଦଳାଇ କମ ମୂଲ୍ୟର ନୋଟ୍‌ ପାଇବାରେ ଅସୁବିଧା‌ର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଏହାର ଏଟିଏମ୍‌ ଏବଂ କ୍ୟାସ ରିସାଇକ୍ଲରରୁ ୨୦୦୦ ଟଙ୍କିଆ ନୋଟ୍‌ର ଟ୍ରେକୁ ଅଚଳ କରିବା ପାଇଁ ନିଷ୍ପତ୍ତି ନେଇଛି। ବ୍ୟାଙ୍କର ଡିଜିଟାଲ ବ୍ୟାଙ୍କିଂ ଡିଭିଜନ ପକ୍ଷରୁ ଗତ ୧୭ ତାରିଖରେ ଶାଖା ଗୁଡ଼ିକୁ ଏ ନେଇ ନିର୍ଦ୍ଦେଶନାମା ଦିଆଯାଇଛି। ୨୦୦୦ ଟଙ୍କିଆ ନୋଟ୍‌କୁ କାଢ଼ି ଦିଆଯିବା ପରେ ଏଟିଏମ୍‌ରେ ଅଧିକ ସଂଖ୍ୟାରେ ୨୦୦ ଟଙ୍କିଆ ନୋଟ୍‌ ରଖାଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe