୨୦୦୦ ନୋଟ୍‌ ପ୍ରତ୍ୟାହାର ପଛରେ ରାଜନୈତିକ ଉଦ୍ଦେଶ୍ୟ ଥାଇପାରେ: କ୍ରିସ୍‌ ଉଡ୍‌

୨୦୦୦ ନୋଟ୍‌ ପ୍ରତ୍ୟାହାର ପଛରେ ରାଜନୈତିକ ଉଦ୍ଦେଶ୍ୟ ଥାଇପାରେ: କ୍ରିସ୍‌ ଉଡ୍‌

Business Standard

ନୂଆଦିଲ୍ଲୀ: ଦୁର୍ନୀତି ରୋକିବା ଲାଗି ଭାରତରେ ୨୦୦୦ ଟଙ୍କିଆକୁ ପ୍ରତ୍ୟାହାର କରାଯାଇଛି ବୋଲି କୁହାଯାଉଛି। କିନ୍ତୁ ଏହି ନିଷ୍ପତ୍ତି ପଛରେ ସରକାର ଗଠନ କରିଥିବା ବିଜେପିର ରାଜନୈତିକ ଉଦ୍ଦେଶ୍ୟ ଥାଇପାରେ ବୋଲି ଆମେରିକୀୟ ଆର୍ଥିକ ସଂସ୍ଥା ଜେଫେରିଜ୍‌ର ଇକ୍ବିଟି ରଣନୀତି ମୁଖ୍ୟ କ୍ରିସ୍‌ ଉଡ୍‌ ସନ୍ଦେହ ପ୍ରକଟ କରିଛନ୍ତି। ନିଜର ସାପ୍ତାହିକ ନିଉଜ୍‌ଲେଟର ‘ଗ୍ରିଡ୍‌ ଆଣ୍ଡ୍‌ ଫିୟର’ରେ ସେ ଲେଖିଛନ୍ତି ଯେ ବିରୋଧୀ ଦଳଙ୍କ ପାଣ୍ଠି କାର୍ଯ୍ୟକଳାପକୁ ରୋକିବା ଲାଗି ଏହା ଏକ ପଦକ୍ଷେପ ହୋଇଥାଇପାରେ। ଭାରତରେ ଗୋଦାମରେ ଗଚ୍ଛିତ ରଖାଯାଇଥିବା ନଗଦ ଟଙ୍କାକୁ ନିର୍ବାଚନ ବେଳେ ଖର୍ଚ୍ଚ କରାଯାଏ ବୋଲି ସେ କହିଛନ୍ତି। ୨୦୦୦ ଟଙ୍କିଆ ପ୍ରତ୍ୟାହାରକୁ ସେ ମିନି ବିମୁଦ୍ରୀକରଣ ଭାବେ ଅଭିହିତ କରିଛନ୍ତି। ସେ ଏହା ମଧ୍ୟ ଆକଳନ କରିଛନ୍ତି ଯେ ଆସନ୍ତା ୫ ବର୍ଷରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୧,୦୦,୦୦୦ ପଏଣ୍ଟ୍‌ ଅତିକ୍ରମ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe