ଭାରତରେ ପ୍ରତିଦିନ କେତେ ଲୋକ ଭୋକରେ ରହନ୍ତି ଓ କେତେ ଖାଦ୍ୟ ନଷ୍ଟ ହୋଇଥାଏ ଜାଣନ୍ତୁ

Advertisment
ଭାରତରେ ପ୍ରତିଦିନ କେତେ ଲୋକ ଭୋକରେ ରହନ୍ତି ଓ କେତେ ଖାଦ୍ୟ ନଷ୍ଟ ହୋଇଥାଏ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତ ମଙ୍ଗଳ ଗ୍ରହକୁ ଯିବାରେ ସଫଳତା ହାସଲ କରିସାରିଛି। କିନ୍ତୁ ଏବେ ବି ଭାରତରେ କୋଟିକୋଟି ସଂଖ୍ୟାରେ ଲୋକ ଭୋକରେ ରହୁଥିବାର ଏକ ରିପୋର୍ଟ ସାମ୍ନାକୁ ଆସିଛି। ୟୁନାଇଟେଡ ନେସନ୍‌ର ଫୁଡ ଆଣ୍ଡ ଏଗ୍ରିକଲଚର ଅରଗାନାଇଜେସନ୍‌ (ଏଫ୍‌ଏଓ) ଏହି ପ୍ରସଙ୍ଗ ସହିତ ଜଡ଼ିତ ଥିବା ଏକ ରିପୋର୍ଟ ଜାରି କରିଛି।

publive-image

ଏଫ୍‌ଏଓ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତିବର୍ଷ ୨୪୪ କୋଟି ଟଙ୍କାର ଖାଦ୍ୟ ନଷ୍ଟ ହୋଇଥାଏ। ଏହାର ବାର୍ଷିକ ଆକଳନ କଲେ ବର୍ଷକୁ ୮୮,୮୦୦କୋଟି ଟଙ୍କାର ଖାଦ୍ୟ ଆମେ ନଷ୍ଟ କରିଥାଉ। ତେବେ ଭାରତରେ ପ୍ରତିଦିନ ୧୯କୋଟି ୪୦ଲକ୍ଷ ଲୋକ ଭୋକରେ ରହି ଥାଆନ୍ତି ବୋଲି ଜଣାପଡ଼ିଛି।

publive-image

ନଷ୍ଟ ହେବା ଖାଦ୍ୟ ତାଲିକାରେ ୨୧ ମିଲିୟନ୍‌ ଟନ୍‌ ଗହମ ଜାତୀୟ ଉତ୍ପାଦନ ରହିଛି। ଫସଲ ଅମଳ ହେବା ପରେ ଏକ ଲକ୍ଷ ଟନ୍ ପାଖାପାଖି ଖାଦ୍ୟ ନଷ୍ଟ ହୋଇଥାଏ। ଯେତିକି ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଥାଏ, ସେଥିମଧ୍ୟରୁ ପ୍ରତି ବର୍ଷ ଚାଳିଶ ପ୍ରତିଶତ ନଷ୍ଟ ହୋଇଯାଇଥାଏ ବୋଲି ରିପୋର୍ଟ ମିଳିଛି।

publive-image

ଭାରତରେ ଯେତିକି ଜନସଂଖ୍ୟା ଅଛି, ସେମାନଙ୍କୁ ୨୨୫-୨୩୦ମିଲିୟନ ଟନ୍ ଖାଦ୍ୟର ଆବଶ୍ୟକତା ପଡ଼ିଥାଏ। ତେବେ ୨୦୧୫-୧୬ରେ ୨୭୦ ମିଲିୟନ ଟନ୍‌ ଉତ୍ପାଦନ ହୋଇଥିଲା। ୨୦୧୬ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ବିଟ୍ରେନ୍‌ର ଲୋକମାନେ ଯେତିକି ଖାଦ୍ୟ ଖାଇ ଥାଆନ୍ତି ଭାରତର ଲୋକମାନେ ସେତିକି ଖାଦ୍ୟ ନଷ୍ଟ କରିଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe