ଭାରତରେ ଲଞ୍ଚ୍‌ ହେଲା ସୁଜୁକି ହାୟାବୁସା ନୂଆ ମଡେଲ୍‌, ମାତ୍ର ୨.୭୪ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଗତି କରି ପାରିବ

ଭାରତରେ ଲଞ୍ଚ୍‌ ହେଲା ସୁଜୁକି ହାୟାବୁସା ନୂଆ ମଡେଲ୍‌, ମାତ୍ର ୨.୭୪ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଗତି କରି ପାରିବ

ନୂଆଦିଲ୍ଲୀ: ସୁଜୁକି ମୋଟରସାଇକେଲ୍‌ ଇଣ୍ଡିଆ ଲିିମିଟେଡ୍‌ ନିଜର ପପୁଲାର୍‌ ସପୋର୍ଟସ ବାଇକ୍‌ ହାୟାବୁସାର ନୂଆ ମଡେଲ ଗୁରୁବାର ଭାରତୀୟ ବଜାରରେ ଲଞ୍ଚ କରିଛି। ୨୦୧୯ ସୁଜୁକି ହାୟାବୁସାର ଦିଲ୍ଲୀରେ ଏକ୍ସ ସୋରୁମ ମୂଲ୍ୟ ୧୩.୭୪ ଲକ୍ଷ ଟଙ୍କା ରଖା ଯାଇଛି। ଏହାର ଅନ୍‌ ରୋଡ ପ୍ରାଇସ୍‌ ୧୪ଲକ୍ଷ ଟଙ୍କାରୁ ଅଧିକ ରହିବାର ସମ୍ଭାବନା ରହିଛି। କମ୍ପାନି ଏହି ନୂଆ ବାଇକ୍‌କୁ ଦୁଇଟି ନୂଆ ରଙ୍ଗରେ ଲଞ୍ଚ କରିଛି, ଯାହାର ମେଟେଲିକ୍‌ ଉର୍ଟ ଗ୍ରେ ଓ ଗ୍ଲାସ୍‌ ସ୍ପାର୍କଲ ବ୍ଲକ୍‌ ସାମିଲ ଅଛି।

publive-image

ସୁଜୁକି ମୋଟରସାଇକଲ୍ସ ଇଣ୍ଡିଆର ମେନେଜିଂ ଡାଇରେକ୍ଟର ସନ୍ତୋଷୀ ଉଚିଡାଙ୍କ କହିବାନୁସାରେ, ଗତ ୨୦ବର୍ଷରୁ ସୁଜୁକି ହାୟାବୁସା ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ସ୍ପୋର୍ଟସ୍‌ ବାଇକ୍‌ ମଧ୍ୟରୁ ଗୋଟିଏ। ଭାରତରେ ବି ଏହାକୁ ବି ବହୁ ପସନ୍ଦ କରାଯାଉଥିବା ଜଣାପଡ଼ିଛି। ଏଥିରେ ୧,୩୪୦ ସିସି, ଇନ୍‌-ଲାଇନ୍‌, ୪-ସିଲିଣ୍ଡର ଇଞ୍ଜିନ୍‌ ଦିଆଯାଇଛି। ଏହି ଇଞ୍ଜିନ୍‌ ୯,୫୦୦ ଆର୍‌ପିଏମ୍‌ରେ ୧୯୭ ବିଏଚପିର ପାଓ୍ଵର ଓ ୭,୨୦୦ ଆର୍‌ପିଏମ୍‌ରେ ୧୫୫ଏନ୍‌ଏମ୍‌ ପିକ ଟାର୍କ ଜନରେଟ୍‌ କରିଥାଏ।

କମ୍ପାନିର ଦାବି ଅନୁସାରେ, ଏହି ବାଇକ୍‌ ମାତ୍ର ୨.୭୪ ସେକେଣ୍ଡସ୍‌ରେ ୦ ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଗିତି କରି ପାରିବ। ଏହାର ଟପ୍‌ ସ୍ପିଡ୍‌ ୨୯୯ କିଲୋମିଟର ପ୍ରତି ଘଣ୍ଟାକୁ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe