୨୦୨୧ ହେବ ଦରମା ବୃଦ୍ଧିର ବର୍ଷ, ୮୭% କଂପାନି କର୍ମଚାରୀଙ୍କ ବେତନ ବଢ଼ାଇବେ

ଦରମା ବଢ଼ାଇବେ ଭାରତୀୟ କଂପାନି: ଅନ୍ୟ ଦେଶ ତୁଳନାରେ ଅଧିକ ଦେବେ

ନୂଆଦିଲ୍ଲୀ: ବେତନ ଉପରେ ନିର୍ଭରଶୀଳ ଲୋକମାନଙ୍କ ପାଇଁ ଖୁସି ଖବର। ଆସନ୍ତା ବର୍ଷ (୨୦୨୧)ରେ କଂପାନିଗୁଡ଼ିକ କର୍ମଚାରୀଙ୍କ ଦରମା ବଢ଼ାଇବା ଉପରେ ବିଚାର କରୁଛନ୍ତି। ଏଅନ୍ ସାଲାରି ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ପ୍ରାୟ ୬୧ ପ୍ରତିଶତ କଂପାନି କର୍ମଚାରୀଙ୍କ ଦରମା ୫-୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ଯୋଜନା ରଖିଛନ୍ତି। ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ଯୋଗୁଁ ଅନେକ କଂପାନି ବେତନ ବୃଦ୍ଧିକୁ ବନ୍ଦ ରଖିଛନ୍ତି। ମାତ୍ର ୪୫ ପ୍ରତିଶତ କଂପାନି କର୍ମଚାରୀମାନଙ୍କ ବେତନ ବଢ଼ାଇଛନ୍ତି। ଅନେକ ସଂସ୍ଥା ବାଧ୍ୟ ହୋଇ କିଛି କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ଆଉ କିଛି ସଂସ୍ଥା କର୍ମଚାରୀଙ୍କ ଦରମା ହ୍ରାସ କରିଛନ୍ତି। ୨୦୨୧ରେ କିନ୍ତୁ ଏଭଳି ସ୍ଥିତି ରହିବ ନାହିଁ। ବିଶ୍ବସ୍ତରୀୟ ସଂସ୍ଥା ଏଅନ୍ ପକ୍ଷରୁ କରାଯାଇଥିବା ସର୍ଭେରୁ ସକାରାତ୍ମକ ସଙ୍କେତ ମିଳିଛି। ଏହି ସର୍ଭେରେ ଦେଶର ୨୦ଟି ଶିଳ୍ପ କ୍ଷେତ୍ରର ୧୦୫୦ଟି କଂପାନିକୁ ସାମିଲ କରାଯାଇଥିଲା। ପ୍ରଯୁକ୍ତି, ସୂଚନା ପ୍ରଯୁକ୍ତି, ଆଇଟିଇଏସ୍‌, ଲାଇଫ୍‌ ସାଇନ୍‌ସ, ଇ-କମର୍ସ, ରାସାୟନିକ ଏବଂ ବୃତ୍ତିଗତ ସେବା ପ୍ରଦାନ କରୁଥିବା କ୍ଷେତ୍ରର ସଂସ୍ଥାଗୁଡ଼ିକ କର୍ମଚାରୀମାନଙ୍କ ଦରମା ବଢ଼ାଇବା ଉପରେ ବିଚାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe