୨୦୩୦ ସୁଦ୍ଧା ଆମେରିକାକୁ ଟପିବ ଭାରତ

Advertisment
୨୦୩୦ ସୁଦ୍ଧା ଆମେରିକାକୁ ଟପିବ ଭାରତ

ନୂଆଦିଲ୍ଲୀ,: ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରୁଥିବା ଭାରତ ଏବଂ ଚୀନ୍ ଭଳି ଉଦୀୟମାନ ଦେଶ ଆଗାମୀ ଦିନରେ ବିଶ୍ବର ଅର୍ଥନୈତିକ ଶକ୍ତି ହେବେ। ବିଶ୍ବର ୧୦ଟି ବଡ଼ ଅର୍ଥନୀତି ମଧ୍ୟରେ ୭ଟି ଉଦୀୟମାନ ଦେଶ ରହିବେ। ଷ୍ଟାଣ୍ଡାର୍ଡ ଚାଟାର୍ଡ ପକ୍ଷରୁ ଏଭଳି ଆକଳନ କରାଯାଉଛି। ଏହି ସମୟ ସୁଦ୍ଧା ଚୀନ ବିଶ୍ବର ସର୍ବବୃହତ୍ ଅର୍ଥନୀତି ହେବ ଏବଂ ଭାରତ ଦ୍ବିତୀୟ ସ୍ଥାନରେ ରହିବ। କ୍ରୟଶକ୍ତି ସମତା ବିନିମୟ ହାର ଏବଂ ଜିଡିପିର ମୂଲ୍ୟକୁ ବିଚାରକୁ ନେଇ ଏହି ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ବିଶ୍ବର ୫ଟି ବଡ଼ ଅର୍ଥନୀତି ମଧ୍ୟକୁ ଇଣ୍ଡୋନେସିଆ ପ୍ରବେଶ କରିବ। ତେବେ ଭାରତ ଆମେରିକାକୁ ଟପି ଏହି ସମୟ ମଧ୍ୟରେ ବିଶ୍ବର ଦ୍ବିତୀୟ ବୃହତ୍ ଅର୍ଥନୀତି ହେବାର ସମ୍ଭାବନା ରହିଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଷ୍ଟାଣ୍ଡାର୍ଡ ଚାଟାର୍ଡର ଅର୍ଥନୀତିଜ୍ଞ ଡେଭିଡ ମାନ୍ ଏହି ଆକଳନ କରିଛନ୍ତି। ୨୦୨୦ ସୁଦ୍ଧା ଚୀନ୍ ଆମେରିକାକୁ ଟପି ବିଶ୍ବର ବଡ଼ ଅର୍ଥନୀତି ହେବ। ୨୦୨୦ ସୁଦ୍ଧା ଭାରତର ଅଭିବୃଦ୍ଧି ହାର ୭.୮%କୁ ବୃଦ୍ଧି ପାଇବ ଏବଂ ୨୦୩୦ ସୁଦ୍ଧା ଚୀନର ଅଭିବୃଦ୍ଧି ହାର ୫%କୁ କମିବ।
ଅନ୍ୟପକ୍ଷରେ ବିଶ୍ବ ଜିଡିପିରେ ଏସିଆର ମହାଦେଶର ଅଂଶ ବୃଦ୍ଧି ପାଇବ। ଏସିଆ ମହାଦେଶର ଅଂଶ ବିଶ୍ବ ଜିଡିପିରେ ୨୦% ଥିବାବେଳେ ଗତବର୍ଷ ଏହା ୨୮%କୁ ବୃଦ୍ଧି ପାଇଛି। ୨୦୩୦ ବେଳକୁ ଏହା ୩୫%କୁ ବୃଦ୍ଧି ପାଇବ ବୋଲି କୁହାଯାଇଛି। ଫଳରେ ୟୁରୋ ଏବଂ ଆମେରିକାର ମୋଟ ଆକାର ସହିତ ସମାନ ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe