ନାଲ୍‌କୋର ୨୦୬୦ ‌କୋଟି ନିଟ୍‌ ଲାଭ

Advertisment

ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି (ନାଲ୍‌କୋ) ୨୦୨୩-୨୪ରେ ୨୦୬୦ କୋଟି ଟଙ୍କାର ନିଟ୍‌ ଲାଭ କରିଛି। କମ୍ପାନିର ବିକ୍ରି ରାଜସ୍ବ ଏହି ବର୍ଷ ୧୩,୧୪୯ କୋଟି ଟଙ୍କା ଥିବା ବେଳେ ରପ୍ତାନିରୁ ଏହାର ୪୨୭୫.୭୩ କୋଟି ଟଙ୍କା ଆୟ ହୋଇଛି।

ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି (ନାଲ୍‌କୋ) ୨୦୨୩-୨୪ରେ ୨୦୬୦ କୋଟି ଟଙ୍କାର ନିଟ୍‌ ଲାଭ କରିଛି। କମ୍ପାନିର ବିକ୍ରି ରାଜସ୍ବ ଏହି ବର୍ଷ ୧୩,୧୪୯ କୋଟି ଟଙ୍କା ଥିବା ବେଳେ ରପ୍ତାନିରୁ ଏହାର ୪୨୭୫.୭୩ କୋଟି ଟଙ୍କା ଆୟ ହୋଇଛି।

ନାଲ୍‌କୋରେ ୬୩୩ ବିସ୍ଥାପିତଙ୍କୁ ନିଯୁକ୍ତି: ଏମ୍‌ସିଏଲ୍‌ ପ୍ରକଳ୍ପ ପାଇଁ ୧୬,୨୯୭ ଲୋକ ବିସ୍ଥାପିତ

ଭୁବନେଶ୍ବର: ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି (ନାଲ୍‌କୋ) ୨୦୨୩-୨୪ରେ ୨୦୬୦ କୋଟି ଟଙ୍କାର ନିଟ୍‌ ଲାଭ କରିଛି। କମ୍ପାନିର ବିକ୍ରି ରାଜସ୍ବ ଏହି ବର୍ଷ ୧୩,୧୪୯ କୋଟି ଟଙ୍କା ଥିବା ବେଳେ ରପ୍ତାନିରୁ ଏହାର ୪୨୭୫.୭୩ କୋଟି ଟଙ୍କା ଆୟ ହୋଇଛି। କମ୍ପାନି ପକ୍ଷରୁ ୩୬୭.୩୩ କୋଟି ଟଙ୍କାର ଚୂଡ଼ାନ୍ତ ଲାଭାଂଶ ଘୋଷଣା କରାଯାଇଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ଲାଭାଂଶ ପରିମାଣ ୯୧୮.୩୨ କୋଟି ଟଙ୍କା ହୋଇଛି।

ଆଲୋଚ୍ୟ ଆର୍ଥିକ ବର୍ଷରେ ନାଲ୍‌କୋ ୨୧.୨୪ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍‌ ଉତ୍ପାଦନ କରିଥିବା ବେଳେ ୪.୭୦ ଲକ୍ଷ ଟନ୍ ଧାତବ ପଦାର୍ଥ ବିକ୍ରି କରିଛି। ଆଲୁମିନିୟମ୍‌ ସ୍ମେଲଟରରେ ୪.୬୩ ଲକ୍ଷ ଟନ୍ କାଷ୍ଟ ମେଟାଲ୍ ଉତ୍ପାଦନ ହୋଇଛି। ଉତ୍କଳ-ଡି ବ୍ଲକ୍‌ରୁ ଏହା ୨ ନିୟୁତ ଟନ୍ କୋଇଲା ଉତ୍ପାଦନ କରିଥିବା ବେଳେ ଉତ୍କଳ-ଇ କାର୍ଯ୍ୟକ୍ଷମ ହୋଇଥିବା ‌ସୂଚିତ କରିଛି। ପଟାଙ୍ଗି ବକ୍ସାଇଟ୍‌ ଖଣି ପାଇଁ କମ୍ପାନି ଲିଜ୍ ଚୁକ୍ତି ମଧ୍ୟ ସ୍ବାକ୍ଷର କରିଛି।  ଏହି ଅବସରରେ ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଓ ବିକଶିତ ଭାରତ ଲକ୍ଷ୍ୟ ଅନୁସାରେ ନାଲ୍‌କୋ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି। ଏହି ସଫଳତା ପାଇଁ ସେ ନାଲ୍‌କୋ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe