ନଅ ମାସରେ ୨୧ହଜାର କୋଟି ଋଣ: ଖୋଲା ବଜାରରୁ ୯ହଜାର କୋଟି

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ବିଭିନ୍ନ ଉତ୍ସରୁ ୨୧ହଜାର କୋଟି ଟଙ୍କାର ଋଣ କରିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ବିଭିନ୍ନ ଉତ୍ସରୁ ୨୧ହଜାର କୋଟି ଟଙ୍କାର ଋଣ କରିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ସୂଚନା ଦେଇଛନ୍ତି।

ggdcvvf

ଭୁବନେଶ୍ବର: ‌ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ବିଭିନ୍ନ ଉତ୍ସରୁ ୨୧ହଜାର କୋଟି ଟଙ୍କାର ଋଣ କରିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ସୂଚନା ଦେଇଛନ୍ତି। ଗତବର୍ଷ ଜୁନ୍‌ରୁ ଚଳିତ ବର୍ଷ ଫେବ୍ରୁ୍ଆରି ଶେଷ ସୁଦ୍ଧା ସରକାର ୨୧,୧୭୭ କୋଟି ଟଙ୍କାର ଋଣ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଖୋଲା ବଜାରରୁ ସରକାର ୯୦୦୦ କୋଟି ଟଙ୍କାର ଋଣ ଆଣିଥିବା ବେଳେ କେନ୍ଦ୍ର ସରକାରଙ୍କଠାରୁ ୭,୧୪୯.୫୬ କୋଟି ଟଙ୍କା ଆଣିଛନ୍ତି। ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ଠାରୁ ୨,୨୬୧.୧୬ କୋଟି ଟଙ୍କା, ଓମ୍‌ବାଡ୍‌ସିରୁ ୨୭୫୦ କୋଟି ଟଙ୍କା, କାମ୍ପା ପାଣ୍ଠିରୁ ୨୩୭୦ କୋଟି ଟଙ୍କା ଏବଂ ଭବିଷ୍ୟନିଧି ପାଣ୍ଠିରୁ ୨୩୫୨.୭୩ କୋଟି ଟଙ୍କାର ଋଣ ଅଣାଯାଇଥିବା ଜଣାପଡ଼ିଛି। ଋଣକୁ ଜଳସେଚନ, ଶକ୍ତି, ସଡ଼କ ଯୋଗାଯୋଗ, ବିପର୍ଯ୍ୟୟ ପରିଚାଳନା ଓ ସହରାଞ୍ଚଳ ଭିତ୍ତିଭୂମି ସୁଦୃଢ଼ କରିବା ଲାଗି ବ୍ୟବହାର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଗତ ୯ ମାସ ମଧ୍ୟରେ ରାଜ୍ୟ ସରକାର ୧୪,୭୯୦ କୋଟି ଟଙ୍କାର ଋଣ ପରିଶୋଧ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe