ଚୋକ୍‌ସିଙ୍କ ୨୧୮ କୋଟିର ସମ୍ପତ୍ତି ଜବତ

Advertisment
ଚୋକ୍‌ସିଙ୍କ ୨୧୮ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ପିଏନ୍‌ବିରେ ହୋଇଥିବା ୧୩ ହଜାର କୋଟି ଟଙ୍କା ଠକେଇର ଅନ୍ୟତମ ଅଭିଯୁକ୍ତ ତଥା ଗୀତାଞ୍ଜଳି ଗ୍ରୁପ୍‌ର ମୁଖ୍ୟ ‌ମେହୁଲ ଚୋକ୍‌ସି ଓ ତାଙ୍କ ଅନ୍ୟ ସମ୍ପର୍କୀୟଙ୍କ ୨୧୮ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଜବତ କରାଯାଇଛି। ଏଥି ମଧଞରୁ କିଛି ସମ୍ପତ୍ତି ନିରବ ମୋଦୀଙ୍କ ନାମରେ ମଧ୍ୟ ଥିଲା। ପିଏନ୍‌ବି ଠକେଇର ପର୍ଦାଫାଶ ହେବା ପୂର୍ବରୁ ଦେଶ ଛାଡ଼ି ଚାଲିଯାଇଥିବା ମେହୁଲ୍‌ ଏବେ ଆଣ୍ଟିଗୁଆରେ ଲୁଚିଥିବା କୁହାଯାଉଛି। ହୀରା ବ୍ୟବସାୟୀ ମେହୁଲ୍‌ ଓ ତାଙ୍କ ଭଣଜା ନିରବ ମୋଦୀ ପିଏନ୍‌ବିରୁ ୧୩ ହଜାର କୋଟି ଟଙ୍କାର ଋଣ ଠକେଇ କରିଛନ୍ତି। ଉଭୟ ଦେଶ ଛାଡ଼ି ଚାଲିଯାଇଛନ୍ତି। ଏହି ମାମଲାର ତଦନ୍ତ ଇଡି ଓ ସିବିଆଇ ପକ୍ଷରୁ କରାଯାଉଛି। ମାମୁଁ ଭଣଜାଙ୍କୁ ଖୋଜିବା ପାଇଁ ଇଣ୍ଟରପୋଲ୍‌ର ସହାୟତା ନିଆଯାଉଛି। ଏହା ବ୍ୟତୀତ ନିକଟରେ ଲାଗୁ କରାଯାଇଥିବା ମନି ଲଣ୍ଡରିଂ ନିୟମ ଆଧାରରେ ଦେଶ ଓ ବିଦେଶରେ ଥିବା ତାଙ୍କ ସମ୍ପତ୍ତିଗୁଡ଼ିକୁ ଜବତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe