ମହାଦେବ ବୁକ୍‌ ସହ ୨୨ ବେଆଇନ ବେଟିଂ ଆପ୍, ୱେବସାଇଟ୍‌ ନିଷିଦ୍ଧ

Advertisment
ମହାଦେବ ବୁକ୍‌ ସହ ୨୨ ବେଆଇନ ବେଟିଂ ଆପ୍, ୱେବସାଇଟ୍‌ ନିଷିଦ୍ଧ

Bhaskar

ନୂଆଦିଲ୍ଲୀ: ବେଆଇନ ବେଟିଂ (ଜୁଆ) ଆପ୍‌ଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଜି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ୨୨ଟି ବେଆଇନ ଆପ୍‌ ଓ ୱେବସାଇଟ୍‌କୁ ନି‌ଷିଦ୍ଧ କରାଯାଇଛି। ବହୁ ଚର୍ଚ୍ଚିତ ମହାଦେବ ବୁକ୍ ଆପ୍‌ ନାମ ଏହି ତାଲିକାରେ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନୁରୋଧକ୍ରମେ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ମହାଦେବ ଅନଲାଇନ୍ ବେଟିଂ ଆପ୍‌ ମାମଲାର ତଦନ୍ତ କରୁଛି ଇଡି। ଏନେଇ ଛତିଶଗଡ଼ର ବିଭିନ୍ନ ଠିକଣାରେ ଚଢ଼ଉ କରାଯାଇଥିଲା। ଏ ସମ୍ପର୍କରେ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଥିଲେ ଯେ ଆଇଟି ନିୟମର ଧାରା ୬୯ଏ ଅନୁସାରେ ୱେବସାଇଟ୍‌, ଆପ୍‌କୁ ନିଷିଦ୍ଧ କରିବା ଲାଗି ଅନୁରୋଧ କରିବାର କ୍ଷମତା ରାଜ୍ୟ ସରକାରଙ୍କ ପାଖରେ ରହିଛି। କିନ୍ତୁ ଦେଢ଼ ବର୍ଷ ଧରି ତଦନ୍ତ ଚାଲିଥିଲେ ମଧ୍ୟ ଛତିଶଗଡ଼ ସରକାର ସେଭଳି କୌଣସି ଅନୁରୋଧ କରିନଥିଲେ। ଇଡିଠାରୁ ଅନୁରୋଧ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମହାଦେବ ବୁକ୍‌ର ମାଲିକଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି। ଇଡି ପକ୍ଷରୁ ଅଭିଯୋଗରେ ମହାଦେବ ବୁକ୍‌ର ମୁଖ୍ୟ ପ୍ରତିଷ୍ଠାତା ସୌରଭ ଚନ୍ଦ୍ରଶେଖର, ରବି ଉପଲଙ୍କ ସମେତ ୧୪ ଜଣଙ୍କ ନାମ ଉଲ୍ଲେଖ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe