୨୪ କ୍ୟାରେଟ୍‌ ସୁନା ଲକ୍ଷେ ଟପିଲା: ଦିନକରେ ବଢ଼ିଲା ୩୦୦୦

Advertisment

ଲଗାତାର ଭାବେ ବଢ଼ୁଥିବା ସୁନା ଦର ପ୍ରଥମ ଥର ଐତିହାସିକ ୧ ଲକ୍ଷ ଟଙ୍କା ସ୍ତର ଟପିଛି। ମଙ୍ଗଳବାର ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନା ଦାମ୍ ୧,୦୧,୩୫୦ ଟଙ୍କାରେ ପହଞ୍ଚିଛି। ଗୋଟିଏ ଦିନରେ ଏହାର ଦର ୩୦୦୦ ଟଙ୍କା ବଢ଼ିଛି।

ଲଗାତାର ଭାବେ ବଢ଼ୁଥିବା ସୁନା ଦର ପ୍ରଥମ ଥର ଐତିହାସିକ ୧ ଲକ୍ଷ ଟଙ୍କା ସ୍ତର ଟପିଛି। ମଙ୍ଗଳବାର ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନା ଦାମ୍ ୧,୦୧,୩୫୦ ଟଙ୍କାରେ ପହଞ୍ଚିଛି। ଗୋଟିଏ ଦିନରେ ଏହାର ଦର ୩୦୦୦ ଟଙ୍କା ବଢ଼ିଛି।

ddfcvcvcv

ଭୁବନେଶ୍ବର: ଲଗାତାର ଭାବେ ବଢ଼ୁଥିବା ସୁନା ଦର ପ୍ରଥମ ଥର ଐତିହାସିକ ୧ ଲକ୍ଷ ଟଙ୍କା ସ୍ତର ଟପିଛି। ମଙ୍ଗଳବାର ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନା ଦାମ୍ ୧,୦୧,୩୫୦ ଟଙ୍କାରେ ପହଞ୍ଚିଛି। ଗୋଟିଏ ଦିନରେ ଏହାର ଦର ୩୦୦୦ ଟଙ୍କା ବଢ଼ିଛି। ସେହିପରି, ଅଳଙ୍କାର ପ୍ରସ୍ତୁତ ହେଉଥିବା ୨୨ କ୍ୟାରେଟ୍ ସୁନା ଦର ଆଜି ୨୭୫୦ ଟଙ୍କା ବୃଦ୍ଧି ପାଇ ୯୨,୯୦୦ ଟଙ୍କା ହୋଇଛି।

ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ପ୍ରଥମ ଥର ୩୫୦୦ ଡଲାରରୁ ଅଧିକ ହୋଇଛି। ତାହାର ପ୍ରଭାବରେ ବିଶ୍ବବ୍ୟାପୀ ସୁନା ମହଙ୍ଗା ହେବାରେ ଲାଗିଛି। ରୁପାର କେଜି ପିଛା ଦାମ୍ ୧,୧୧,୦୦୦ ଟଙ୍କା ରହିଛି। ଚଳିତ ଏପ୍ରିଲ୍ ମାସର ୨୨ ଦିନରେ ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦାମ୍ ୮୯୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦାମ୍ ୯୭୧୦ ଟଙ୍କା ବୃଦ୍ଧି ପାଇଛି। ଏପ୍ରିଲ୍‌ ୧ରେ ୨୨ କ୍ୟାରେଟ୍‌ ସୁନା ଦାମ୍ ୮୪ ହଜାର ଟଙ୍କା ଓ ୨୪ କ୍ୟାରେଟ୍‌ ୯୧,୬୪୦ ଟଙ୍କା ଥିଲା। ଗୋଟିଏ ମାସ ଭିତରେ ଏଭଳି ଦରବୃଦ୍ଧି ପୂର୍ବରୁ କ୍ବଚିତ୍ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe