୨୭୮ଟି ଏମ୍‌ଏସ୍‌ଏମ୍‌ଇକୁ ୨୫.୪୭ କୋଟି ପ୍ରୋତ୍ସାହନ, ୨ ବର୍ଷରେ ୭୦ କୋଟି ପ୍ରଦାନ

Advertisment
ଓଡ଼ିଶା ପାଇଁ ସିଡ୍‌ବି ମଞ୍ଜୁର କଲା ୧,୦୦୦ କୋଟି: ୩ ଏମ୍‌ଏସ୍‌ଏମ୍‌ଇ ପାର୍କ, ୧୧ ଶ୍ରମିକ ହଷ୍ଟେଲ୍‌ ତିଆରି ହେବ

KNN India

ଭୁବନେଶ୍ବର : ରାଜ୍ୟର ୨୭୮ଟି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)କୁ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ୨୫.୪୭ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦେଇଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ୩୬୧ଟି ଉଦ୍ୟୋଗକୁ ୩୪.୫୨ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯାଇଥିଲା। ଫଳରେ ୨୦୧୯ ଏପ୍ରିଲରୁ ଆଜି ସୁଦ୍ଧା ମୋଟ ୬୩୯ଟି ୟୁନିଟ୍‌କୁ ୬୯.୯୯ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି। ଲୋକସେବା ଭବନ ପରିସରରେ ଗତକାଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କ୍ଷମତାସମ୍ପନ୍ନ କମିଟିର ବୈଠକରୁ ଏହା ଜଣାଯାଇଛି।

ଏଥିରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆର୍ଥିକ ପ୍ରୋତ୍ସାହନ ପାଇଁ ଆସିଥିବା ନୂଆ ପ୍ରସ୍ତାବଗୁଡ଼ିକ ମଧ୍ୟ ଆଗତ କରିଥିଲେ। ନୂଆ ପ୍ରସ୍ତାବଗୁଡ଼ିକୁ ବିଚାରକୁ ନେଇ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ୨ଟି ୟୁନିଟକୁ ପୁଞ୍ଜି ନିବେଶ ସବ୍‌ସିଡି ବାବଦରେ ୨.୯୪ କୋଟି ଟଙ୍କା ପ୍ରଦାନକୁ ନୀତିଗତ ମଞ୍ଜୁରି ଦେଇଥିଲେ। କ୍ୟାପିଟାଲ ସବ୍‌ସିଡି ମଞ୍ଜୁର ହୋଇଥିବା ଦୁଇଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ହେଲା ଯାଜପୁର ଜିଲ୍ଲାର ପାଣିକୋଇଲିଠାରେ ୫.୨୫ କୋଟି ଟଙ୍କା ପୁଞ୍ଜି ନିବେଶରେ ପ୍ରତିଷ୍ଠିତ କୃପାଳୁ ସଲଭେଣ୍ଟ ତୈଳ ଉଦ୍ୟୋଗ ଏବଂ ଦ୍ବିତୀୟଟି ହେଲା ବରଗଡ଼ ଜିଲ୍ଲାର ଅତାବିରାଠାରେ ୪.୮୭ କୋଟି ଟଙ୍କାର ବିନିଯୋଗରେ ପ୍ରତିଷ୍ଠିତ ଶ୍ରୀରାମ ତୈଳ ଉଦ୍ୟୋଗ। ଏହି ଦୁଇଟି ଉଦ୍ୟୋଗକୁ ଯଥାକ୍ରମେ ୧.୭୩ କୋଟି ଏବଂ ୧.୨୧ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନକୁ ମଞ୍ଜୁରି ଦିଆଯାଇଛି। ସ୍ଥାନୀୟ ଉଦ୍ୟୋଗୀଙ୍କ ସହିତ ନିରନ୍ତର ଯୋଗାଯୋଗ ରଖିବା ଏବଂ ସେମାନଙ୍କ ମନରେ ଆତ୍ମ ବିଶ୍ବାସ ବଢ଼ାଇବା ପାଇଁ ମୁଖ୍ୟ ସଚିବ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡିଜିଟାଲ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ଶିଳ୍ପ ନିର୍ଦ୍ଦେଶକ ରେଘୁ ଜି ଏବଂ ଅତିରିକ୍ତ ନି‌ର୍ଦ୍ଦେଶକ ସରୋଜ ହୋତାଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe